ବନ୍ୟା ପାଣିରେ ଭାସିଯାଇଥିଲେ ଯୁବକ, ଗଛରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଭଦ୍ରକ :-ବନ୍ୟା ପାଣିରେ ଭାସିଯାଇଥିଲେ । ଭାସୁ ଭାସୁ ଗଛଡ଼ାଳ ଧରି ଅଟକି ଗଲେ ଯୁବକ । ଦୀର୍ଘ ସମୟ ଅଟକିବା ପରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ସ୍ଥାନୀୟ ଲୋକ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ । ଏହା ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଅଗ୍ନିଶମ ବାହିନୀ ।ସୂଚନାଯୋଗ୍ୟ ଯେ, ବନ୍ୟାରେ ଭଦ୍ରକ ଜିଲ୍ଲାରେ ଅନେକ ପ୍ରଭାବିତ ହୋଇଛି। ଗତକାଲି ନଦୀ ପାଣିର ସ୍ରୋତ ପ୍ରଖର ଥିଲା । ଏହି ବନ୍ୟା ପାଣି ସ୍ରୋତରେ ଜଣେ ଯୁବକ ଭାସି ଯାଇଥିଲେ। ଭାସୁ ଭାସୁ ମଝିରେ ଏକ ଗଛ ଡାଳ ଧରି ଅଟକି ଯାଇଥିଲେ। ଦୀର୍ଘ ସମୟ ଅଟକିବା ପରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ସେତେବେଳକୁ ରାତି ମଧ୍ୟ ହୋଇଯାଇଥିଲା।ଆନ୍ଧାର ରାତିରେ ଗଛରେ ଅଟକିଥିବା ବ୍ୟକ୍ତିଙ୍କୁ ଠାବ କରିବା ବହୁତ ମୁସକିଲ ହୋଇଯାଇଥିଲା । ଶେଷରେ ରାତିରେ ଟର୍ଚ୍ଚ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଯୁବକ ଜଣଙ୍କ ଉଦ୍ଧାର ହୋଇଥିଲେ । ଉଦ୍ଧାର ଯୁବକଙ୍କ ନାମ ପ୍ରତାପ ବାରିକ । ପ୍ରତାପଙ୍କ ଘର ଦୋହରାପାଟଣା । ସେ ଭଦ୍ରକରେ ରହି କାମ କରୁଥିଲେ । ଘରୁ ଜରୁରୀ ଫୋନ ପାଇ ଫେରୁଥିଲେ । ସେ ନିଜ ଘରକୁ ଯାଉଥିବା ବେଳେ କୋଠର ନିକଟ ଘୋଷରାରେ ଭାସିଯାଇଥିଲେ ।

Leave a Reply

Your email address will not be published. Required fields are marked *