କାଲିଠୁ ଖୋଲିବ ୟୁନିଟ୍ ୪ ମାର୍କେଟ୍

ଭୁବନେଶ୍ୱର:- ଆସନ୍ତାକାଲିଠୁ ଖୋଲିବ ଭୁବନେଶ୍ୱର ୟୁନିଟ୍ ୪ ମାର୍କେଟ୍ । ଜୁଲାଇ ୧୬ରୁ ଏହାକୁ ସିଲ୍ କରିଥିଲା ବିଏମସି । କରୋନା ରୋଗୀ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଥିଲା ବିଏମସି । ତେବେ ଆସନ୍ତାକାଲିଠୁ ୟୁନିଟ୍ ୪ ମାର୍କେଟ୍ ଖୋଲିବାକୁ ଯାଉଛି । ଏହାର ଆଖପାଖ ମାର୍କେଟ୍ ମଧ୍ୟ ଖୋଲିବା ନେଇ ସୂଚନା ମିଳିଛି । କହିରଖୁଛୁ ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରଣ୍ଟାଇନ୍ ସେଣ୍ଟରରୁ ୫୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ, ସହିଦନଗରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ଆଜି ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *