ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌

ମୁମ୍ବାଇ :-ପ୍ରସିଦ୍ଧ ହରିୟାଣୀ ଡ୍ୟାନ୍ସର ସପ୍‌ନା ଚୌଧୁରୀ ନିଜର ଦେଶୀ ଅନ୍ଦାଜ ପାଇଁ ପରିଚିତ । ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ବହୁତ ଲୋକ ଲାଇକ୍‌ କରୁଥିବାବେଳେ ସେଥିରେ ପ୍ରାୟତଃ ତାଙ୍କୁ ସାଲୱାର କମିଜରେ ଦେଖିବାକୁ ମିଳିଥାଏ । ହେଲେ ଏବେ ସପ୍‌ନାଙ୍କର ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି । ନିକଟରେ ସପ୍‌ନା ଇନ୍‌ଷ୍ଟା ଏକାଉଣ୍ଟରେ ଅପଲୋଡ୍‌ କରିଥିବା ଏକ ଫଟୋ ଖୁବ୍‌ ଚର୍ଚ୍ଚିତ ହେଉଛି । ସେଥିରେ ସେ ଏକ ନିଅନ୍‌ ଗ୍ରୀନ୍‌ ରଙ୍ଗର ସ୍ଲିଭଲେସ୍‌ ଟପ୍‌ ଓ ହଟ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି ।କ୍ୟାପ୍‌ସନରେ ଲେଖିଛନ୍ତି, ‘ଉନ୍ନତି ଏବଂ ଖୁସିର ପାରସ୍ପରିକ ସଂପର୍କ ନଥାଏ । ଆଜିର ଦିନରେ ନିଜକୁ ଖୁସି ରଖିବା ସଫଳ ହେବାଠାରୁ ଅନେକ ଗୁଣା ଅଧିକ କଷ୍ଟକର’ । ସପ୍‌ନାଙ୍କର ଏହି ଗ୍ଲାମରସ୍‌ ଲୁକ୍‌କୁ ପ୍ରଶଂସକ ଖୁବ୍‌ ପସନ୍ଦ କରୁଛନ୍ତି। ଏବେ ଯାଏ ସେହି ଫଟୋକୁ ପ୍ରାୟ ୧ ଲକ୍ଷ ୪୦ ହଜାର ୟୁଜର ଲାଇକ୍‌ କରିଛନ୍ତି ।

Leave a Reply

Your email address will not be published. Required fields are marked *