ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ

ବ୍ରାସିଲୋନା- କରୋନା ଯୋଗୁଁ ୟୁରୋପର କେତକ ଦେଶରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ କରାଯାଇଥିଲା । ଏବେ ଅନଲକ୍ ସହ ନେଦରଲ୍ୟାଣ୍ଡ ସହ କେତକ ୟୁରୋପୀୟ ଦେଶରେ ରେଡ୍‌ଲାଇଟ୍‌ ଏରିଆ ଖୋଲିବା ପାଇଁ  ନିଷ୍ପତ୍ତି ନିଆଯାଇଛି । ସେଠାକାରେ ରୂପଜୀବୀମାନେ ଏହାକୁ ସ୍ୱାଗତ କରିଛନ୍ତି। ତେବେ ସେଠାର ସରକାର କେତକ ନିର୍ଦେଶ ଦେଇଛନ୍ତି। ଏଠାରେ ସମ୍ପର୍କ ସ୍ଥାପନ ବେଳେ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବାଧ୍ୟ ଏହା ସହ କେହି ଜୋରରେ ଶ୍ୱାସ କ୍ରିୟା ନେଇ ପାରିବେ ନାହିଁ ।  ସାମାଜିକ ଦୂରତାକୁ ନେଇ ଥିବା କଟକଣାକୁ ଏଠାରୁ ଉଠାଇ ଦିଆଯାଇଛି ।ସେହିପରି ଥାଇଲାଣ୍ଡରେ ତିନିମାସ ପାଇଁ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ କରାଯାଇଥିଲା । ଏବେ ଏହାକୁ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି ।  ଥାଇଲାଣ୍ଡରେ ସେସ୍କ ଟ୍ୟୁରିଜିମ୍‌କୁ ପ୍ରାଧ୍ୟାନ୍ୟତା ଦିଆଯାଇଥାଏ ।  ଗତ ୩୭ ଦିନ ମଧ୍ୟରେ ବ୍ୟାଙ୍ଗକକ୍‌ରେ କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନଥିବାରୁ ଏହି ନିର୍ଦେଶ ଦିଆଯାଇଛି ।

ରଏଟର୍‌ରେ ଏ ନେଇ ଖବର ପ୍ରକାଶିତ ହୋଇଛି । ସମସ୍ତେ ମାସ୍କ ପିନ୍ଧିବା ସହ ନିଜକୁ ଭଲ ଭାବେ ସାନିଟାଇଜ୍‌ କରିବେ ବୋଲି ନିର୍ଦେଶ ଦିଆଯାଇଛି ।

ରେଡ୍‌ଲାଇଟ୍‌ ଏରିଆକୁ ଯିବା ପୂର୍ବରୁ ସମସ୍ତ ଗ୍ରାହକଙ୍କ ତାପମାତ୍ରା ମାପାଯିବ। ଏହା ସହ ପୂରା ନାଁ , ଘର ଠିକଣା ରଖାଯିବ । ଫୋନ୍ ନମ୍ବର ନୋଟ୍‌ କରାଯିବ ।  ସେହିପରି ଡ୍ୟାନସ୍‌ ବାର ଯାଉଥିବା ଲୋକ ୨ ମିଟର ଦୂରରେ ବସିବେ ।

ନେଦରଲ୍ୟାଣ୍ଡରେ ଜୁଲାଇ ଏକ ତାରିଖରୁ ରେଡ୍‌ଲାଇଟ୍‌ ଏରିଆ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏଠାରେ ମାସ୍କ ପିନ୍ଧିବା ସହ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରିବେ ନାହିଁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *