ବିଜେପି ଅଧ୍ୟକ୍ଷଙ୍କ ଉପରେ କଂଗ୍ରେସର ପାଲଟା ଆକ୍ରମଣ : ଚୀନ୍ ଏବଂ ଆରଏସଏସ ସମ୍ପର୍କ ସହ ପଚାରିଲେ ୧୦ ପ୍ରଶ୍ନ

ନୂଆଦିଲ୍ଲୀ :- ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି ସୋନିଆ ଗାନ୍ଧୀ । ଯେଉଁ ପ୍ରଶ୍ନରେ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପିକୁ ପଚାରିଥିବା ୧୦ଟି ପ୍ରଶ୍ନରେ ବିଜେପି ଏବଂ ଆରଏସଏସକୁ ବିଦେଶୀ ପାଣ୍ଠି ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

କଂଗ୍ରେସ ଦଳ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିସିପି) ସହିତ ବିଜେପି ଏବଂ ଆରଏସଏସର ସମ୍ପର୍କକୁ ନେଇ କଂଗ୍ରେସ ଦଳ ପ୍ରଶ୍ନ କରିଛି । ଏହାପୂର୍ବରୁ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେପି ନଡ୍ଡା ଗାନ୍ଧୀ ପରିବାର ଉପରେ ଆକ୍ରମଣ କରିଥିଲେ ଏବଂ ଚୀନ୍‌ରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ କାହିଁକି ଟଙ୍କା ଦିଆଗଲା ବୋଲି ପଚାରିଥିଲେ ?

ଜେପି ନଡ୍ଡା କହିଥିଲେ ଯେ ପିଏନବି ବ୍ୟାଙ୍କ ସ୍କାମର ଅଭିଯୁକ୍ତ ମେହୁଲ ଚୋକସୀଙ୍କଠାରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ କାହିଁକି ଟଙ୍କା ନେଇଛି ଏବଂ ମେହୁଲ ଚୋକସୀଙ୍କୁ ଋଣ ଦେବାରେ କାହିଁକି ସାହାଯ୍ୟ କରାଯାଇଥିଲା ? ଏବେ ନଡ୍ଡାଙ୍କ ଏହି ପ୍ରଶ୍ନ ଉପରେ କଂଗ୍ରେସ ବିଜେପିକୁ ୧୦ଟି ପ୍ରଶ୍ନ ପଚାରିଛି ।

ବିଜେପି ଓ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି (ସିସିପି) ମଧ୍ୟରେ କେଉଁ ଐତିହାସିକ ସମ୍ପର୍କ ଅଛି ? ୩୦ ଜାନୁଆରୀ ୨୦୦୭ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ରାଜନାଥ ସିଂ ସିସିପି ପ୍ରତିନିଧୀ ଦଳ ପରିଦର୍ଶନ କରିବା ସମୟରେ ଏହା କହିଥିଲେ । ଏହାପରେ ରାଜନାଥ ସିଂ ୧୭ ଅକ୍ଟୋବର ୨୦୦୮ରେ ସିସିପିର ପଲିଟବ୍ୟୁରୋ ସଦସ୍ୟମାନଙ୍କ ସହ ଏକ ବୈଠକରେ ଏହା ଦୋହରାଇଥିଲେ ।

ଚୀନ୍ ର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିସିପି) ଙ୍କ ଆହ୍ବାନରେ ଜାନୁଆରୀ ୨୦୦୯ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାହିଁକି ଚୀନ୍ ଗସ୍ତ କଲା ? ରାଜନୈତିକ ଦଳ ନଥିଲେ ମଧ୍ୟ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ବାରା ଆରଏସଏସକୁ କାହିଁକି ଡକାଯାଇଥିଲା ? ସେହି ସମୟରେ ଆରଏସଏସ ଚୀନ୍ ସହିତ ଆମର ସମ୍ବେଦନଶୀଳ ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ଉପରେ କ’ଣ ଆଲୋଚନା କଲା ?

ଚୀନ୍ ଶାସକ ସିସିପିର ଆହ୍ବାନ କ୍ରମେ ୧୯ ଜାନୁୟାରୀ ୨୦୧୧ ରେ ତତ୍କାଳୀନ ବିଜେପିର ଅଧ୍ୟକ୍ଷ ନୀତିନ ଗଡକରୀ ୫ ଦିନିଆ କାହିଁକି ଚୀନ୍ ଗସ୍ତ କରିଥିଲେ ?

Leave a Reply

Your email address will not be published. Required fields are marked *