ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।
ଟାକ୍ସି କିମ୍ବା ବସ୍ ଯୋଗେ ୪ ଆତଙ୍କୀ ଦିଲ୍ଲୀରେ ପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଛି । କାଶ୍ମୀର ନମ୍ବର ଥିବା ପ୍ରତିଟି ଗାଡ଼ିର ସରଜମିନ ଯାଞ୍ଚ କରୁଛନ୍ତି ସୁରକ୍ଷା ବାହିନୀ । ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା କୁହାଯାଉଛି । ଦିଲ୍ଲୀର ସମସ୍ତ ଜିଲ୍ଲାର ଡିସିପି, କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ସେଲ୍ ସମେତ ଅନ୍ୟ ସୁରକ୍ଷା ବାହିନୀକୁ ଆଲର୍ଟରେ ରଖାଯାଇଛି । ଗୁଇନ୍ଦା ସୂଚନା ଅନୁସାରେ ଆତଙ୍କବାଦୀମାନେ ଦିଲ୍ଲୀ ଏନସିଆରରେ କୌଣସି ପ୍ରକାର ହମଲା ଯୋଜନା ରଖିଛନ୍ତି ।

Leave a Reply

Your email address will not be published. Required fields are marked *