ଓଡ଼ିଶାରେ ୨ ହଜାର କୋଟିର ପୁଂଜି ନିବେଶ କରିବ ଆସେଲର ମିତଲ, ଭିଡିଓ କନଫରେନ୍ସିଂରେ ନବୀନ-ମିତଲ ଆଲୋଚନା

ଓଡିଶାରେ ପୁଞ୍ଜିନିବେଶ ପାଇଁ  ଲକ୍ଷ୍ମୀନାରାୟଣ ମିତଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଛି ଆଲୋଚନା ।  ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ମିତଲ ଗ୍ରୁପ୍ ଓଡିଶାରେ ୨ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ମିତଲ ସୂଚନା ଦେଇଛନ୍ତି । ପାରାଦୀପର ପେଲେଟ ପ୍ଲାଂଟ ଓ କେନ୍ଦୁଝରର ବେନିଫିକେସନ ପ୍ଲାଂଟର ହେବ ସମ୍ପ୍ରସାରଣ । ଓଡିଶାରେ ୨ଟି ଖଣି ପାଇଛି ଆର୍ସେଲ ମିତଲ କମ୍ପାନୀ । ଶାଗାସାହି ଓ ଠାକୁରାଣୀ ଖଣିର ଲିଜ୍ ଆର୍ସେଲର ମିତଲକୁ ମିଳିଛି । ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଏହାକୁ ଅଧିଗ୍ରହଣ କରିଛନ୍ତି  । ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସେମାନେ ଏହାକୁ ଅଧିଗ୍ରହଣ କରିଛନ୍ତି ।

ଆର୍ସେଲର ମିତ୍ତଲ ଏସାର ଷ୍ଟିଲକୁ ଅଧିଗ୍ରହଣ କରିଥିବାରୁ ଓଡ଼ିଶାରେ ଥିବା ଏସାରର ଇସ୍ପାତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି । ଓଡ଼ିଶା ସରକାର ମଧ୍ୟ ଏ ନେଇ ଗତ କିଛି ମାସ ହେଲା ଆର୍ସେଲର-ମିତ୍ତଲ ସହ ଆଲୋଚନା କରୁଛନ୍ତି । ଓଡ଼ିଶାର ପାରାଦୀପ ନିକଟରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏସାର ୨୦୦୫ରେ ଏମଓୟୁ କରିଥିଲା । କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ଏସାରର ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ଓ ପାରାଦୀପଠାରେ ଏକ ପେଲେଟ ପ୍ଲାଣ୍ଟ ରହିଥିଲା । ଅଧିଗ୍ରହଣ ପରେ ଏସବୁ ପ୍ରକଳ୍ପ ଆର୍ସେଲର ମିତ୍ତଲ ହାତକୁ ଆସିଛି ।

Leave a Reply

Your email address will not be published. Required fields are marked *