ଯୋଗୀଙ୍କ ବାସଭବନକୁ ବମ୍ ପକାଇ ଉଡାଇ ଦେବା ଧମକ, ବଢାଗଲା ସୁରକ୍ଷା

ଲକ୍ଷ୍ନୌ:- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ବମ୍ ପକାଉ ଉଡାଇ ଦେବାକୁ ଧମକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଳିଦାସ ମାର୍ଗରେ ଥିବା ବଙ୍ଗଳାରେ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇ ସାରିଛି। କଲ୍ ସେଣ୍ଟରରୁ ଆସିଥିବା ଧମକ ପରେ ଲକ୍ଷ୍ନୌର କାଳିଦାସ ମାର୍ଗରେ ହାଇ ଆର୍ଲଟ ଜାରି ରହିଛି। ସୁରକ୍ଷା ବଢାଇବା ସହିତ ବସ୍ ସ୍କାର୍ଡ ଓ ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟ ତଦନ୍ତ ଜାରି ରହିଛି।

କୁହାଯାଉଛି ଯେ, ଏହି ଧମକ ଡାଏଲ-୧୧୨କୁ ଫୋନ୍ କରି ଦିଆଯାଇଛି। ପୋଲିସ ଏବେ ଏହାର ପତା ଲଗାଇବାକୁ ଚେଷ୍ଟା କରୁଛି ଫୋନ୍ କରୁଥିବା ବ୍ୟକ୍ତି କିଏ ଓ କେଉଁଠୁ ଫୋନ୍ କରିଛନ୍ତି। ଫୋନ କଲର ସତ୍ୟତା ଜାରିବା ପାଇଁ କାଳିଦାସ ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଯୋଗୀଙ୍କୁ ପ୍ରଥମ ଥର ପାଇଁ ଏଭଳି ଧମକ ପୂର୍ଣ୍ଣ ଫୋନ୍ ଆସିଛି। ପୂର୍ବରୁ ମଧ୍ୟ ଆସି ସାରିଛି। ଗତ ମାସ କାମରାନ୍ ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ପୋଲିସର ସୋସିଆଲ ମିଡିଆ ହେଲପ୍ ଡେସ୍କକୁ ଫୋନ୍ କରି କହିଥିଲେ ଓ ସିଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡାଇବାର ଧମକ ଦେଇଥିଲେ। ପୋଲିସ ମୁମ୍ବାଇରୁ ୨୫ ବର୍ଷୀୟ ଅଭିଯୁକ୍ତ କାମରାନକୁ ଗିରଫ କରି ପଚରାଉଚରା କରିଥିଲା। ଅଭିଯୁକ୍ତ ଜଣକ କହିଥିଲା ଯୋଗୀଙ୍କୁ ଧମକାଇ ବଦଳରେ ୧ କୋଟି ଟଙ୍କା ଦିଆଯିବାର ଅଫର କରାଯାଇଥିଲା। ତେବେ କାମରାନ୍ କହିନଥିଲେ ତାଙ୍କୁ କିଏ ଏହି ଟଙ୍କା ଅଫର ଦେଇଥିଲେ

Leave a Reply

Your email address will not be published. Required fields are marked *