ନିଡ଼ାମ୍ବରରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

କଟକ:-ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ । କରୋନା କଟକଣା ଲାଗି ଅତି ନିରାଡମ୍ବର ଭାବେ ଶପଥ ଗ୍ରହଣ ଉତ୍ସବ କରାଯାଇଛି । ସକାଳ ସାଢେ ୧୦ଟା ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ ନବନିଯୁକ୍ତ ବିଚାରପତି ଜଷ୍ଟିସ୍ ରଥଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଜଷ୍ଟିସ୍ ସାବିତ୍ରୀ ରଥ ଏହା ପୂର୍ବରୁ ହାଇକୋର୍ଟର ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ଓକିଲାତି ବୃତ୍ତିରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ଜଷ୍ଟିସ୍ ସାବିତ୍ରୀ ରଥ ବିଚାରପତି ଭାବେ ଦାୟିତ୍ବ ନେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *