ଷ୍ଟେଶନ ସ୍କୋୟାର PNB ଶାଖାରୁ ୩୨ କୋଟି ଟଙ୍କା ଠକେଇ , CBI ଅଫିସରେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପଚରାଉଚର

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି)ରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ (CBI) ଆରମ୍ଭ କରିଛି ପଚରାଉଚରା l ଗୁରୁବାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରୀଙ୍କୁ ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି l ଆବଶ୍ୟକ ପଡ଼ିଲେ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି l

ଭୁବନେଶ୍ବରରେ ପିଏନବିର ଷ୍ଟେଶନ ସ୍କୋୟାର ଶାଖାରେ ହୋଇଥିଲା ଏହି ବଡ ଧରଣର ଠକେଇ l ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ କମ୍ପାନୀ ୩୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା l ଠକେଇ  ସମ୍ପର୍କରେ ଷ୍ଟେଶନ ଶାଖାର ମ୍ୟାନେଜର ଗଣପତ ଲାଲ ସିବିଆଇ ପାଖରେ ଅଭିଯୋଗ କରିଥିଲେ l କୋର୍ଟରୁ ସର୍ଚ୍ଚ ୱlରେଣ୍ଟ ମିଳିବା ପରେ ଓଡ଼ିଶା ସମେତ କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ଏକକାଳିନ ରେଡ କରିଥିଲା ସିବିଆଇ l

ତଦନ୍ତ ବେଳେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ l ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ଏମ.ଡି. ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଓ ନିର୍ଦ୍ଦେଶକ ବିଧୁଭୁଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସିବିଆଇ l

ପିଏନବି ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ ସିଏସ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ବିରୋଧରେ ସିବିଆଇ ରୁଜୁ କରିଛି ମାମଲା l

୩୨ କୋଟି ଟଙ୍କା କେମିତି ଠକେଇ ହେଲା, ଏଥିରେ କେଉଁମାନଙ୍କର ହାତ ରହିଛି ଓ କେଉଁମାନେ ଠକେଇରେ ସହଯୋଗ କରିଛନ୍ତି ସେ ନେଇ ସିବିଆଇ ଚଳାଇଛି ତଦନ୍ତ l

Leave a Reply

Your email address will not be published. Required fields are marked *