ହୀରାକୁଦରେ ଖୋଲିଲା ୪୪ ଗେଟ୍ : ଆଜି ମଧ୍ୟରାତ୍ରିରେ ମୁଣ୍ଡଳୀ ପହଁଚିବ ବନ୍ୟାଜଳ

ହୀରାକୁଦ:-ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହୋଇଛି । ହୀରାକୁଦ ଏବେ ୪୪ଟି ଗେଟ୍ ଖୋଲିଛି । ବର୍ତମାନ ଡ୍ୟାମର ଜଳସ୍ତର ରହିଛି ୬୨୬.୨୭ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୮ ଲକ୍ଷ ୫୩ ହଜାର ୨୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୬ ଲକ୍ଷ ୯୪ ହଜାର ୨୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।ହୀରାକୁଦର ତଳିଆ ଅଂଚଳ ବେଲଗାଁଓ ଠାରେ ପ୍ରତି ସେକେଣ୍ଡରେ ୬୬ ହଜାର ୪୦୦ କ୍ୟୁସେକ୍, ପଥରଲା ଠାରେ ୧ ଲକ୍ଷ ୭୫ ହଜାର ୪୨୮ କ୍ୟୁସେକ୍, ଖଇରମାଲ ଠାରେ ୧୦ ଲକ୍ଷ ୧୧ ହଜାର କ୍ୟୁସେକ୍, ବରମୁଲ ଠାରେ ୮ ଲକ୍ଷ ୭୦ ହଜାର କ୍ୟୁସେକ୍, ମୁଣ୍ଡଳି ଠାରେ ୮ ଲକ୍ଷ ୯୫ ହଜାର ୭୦୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ରିପୋର୍ଟ ଆସିଛି ।

Leave a Reply

Your email address will not be published. Required fields are marked *