ବନ୍ୟା ପରିଚାଳନା ପାଇଁ ୬ IASଙ୍କୁ ଦାୟିତ୍ୱ

ଭୁବନେଶ୍ୱର :-ରାଜ୍ୟର ବନ୍ୟା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି । ବନ୍ୟା ପରିଚାଳନା ପାଇଁ ୬ଜଣ IAS ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ  ବନ୍ୟା ସ୍ଥିତି ଓ ପରିଚାଳନା ନେଇ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ, କଟକ ଜିଲ୍ଲା ପାଇଁ ବି.କେ ସିଂହଙ୍କୁ ଦାୟିତ୍ୱ , କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ , ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପ୍ରସାଦ ସେଠୀ, ପୁରୀ ଜିଲ୍ଲା ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କୁ ଦାୟିତ୍ୱ , ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ପାଇଁ ଭି.ଭି ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *