ଭାରତର ପ୍ରଧାନମନ୍ତ୍ରୀ ଚୀନ୍‌ରେ ଲୋକପ୍ରିୟ : ୫୧ ପ୍ରତିଶତ ମୋଦିଙ୍କ ପ୍ରଶଂସକ

ନୂଆଦିଲ୍ଲୀ :- ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସା ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ପ୍ରତିଦିନ ଉଭୟ ଦେଶର ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । କୌଣସି ପରିସ୍ଥିତିରେ କିଛି ବି ହୋଇପାରେ  ବୋଲି କହିବା ଅସମ୍ଭବ । ଉଭୟ ଦେଶ ସୀମାରେ ନିଜ ନିଜର ସୈନ୍ୟ କ୍ଷମତା ପ୍ରତିଦିନ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାକୁ ନେଇ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଏଭଳି ପରିସ୍ଥିତିରେ ଏକ ଘଟଣା ସାମ୍ନାକୁ ଆସିଛି । ଚୀନ୍‌ର ୫୧ପ୍ରତିଶତ ଲୋକ ମୋଦି ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ନିଜ ଦେଶର କିଛି ନୀତିକୁ ନାପସନ୍ଦ କରିଛନ୍ତି । ଚୀନ୍‌ ସରକାରୀ ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍‌ସ’ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟା ସାମ୍ନାକୁ ଆସିଛି ।

ଗ୍ଲୋବାଲ୍‌ ଟାଇମ୍‌ସ’ ଚୀନ୍‌ର କମୁନିଷ୍ଟ ସରକାରଙ୍କ ମୁଖପାତ୍ର ବୋଲି ମନେ କରାଯାଏ । ଖବରକାଗଜ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଚୀନ୍‌ର ୫୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବେଳେ ୭୦ ପ୍ରତିଶତ ଚୀନ୍‌ ନାଗରିକ ଭାବୁଛନ୍ତି ଯେ, ଭାରତରେ ଚୀନ୍‌ ବିରୋଧୀ ଚିନ୍ତା ଦିନକୁ ଦିନ ବଢିଚାଲିଛି । ଯାହାକି  ଉଭୟ ଦେଶ ପାଇଁ ଉପଯୁକ୍ତ ନୁହେଁ ।

କିନ୍ତୁ ୩୦ ପ୍ରତିଶତ ଲୋକ ଭାବୁଛନ୍ତି ଯେ, ଆସନ୍ତା ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ । ସର୍ଭେରେ ଚୀନ୍‌ରେ ନାଗରିକମାନେ ରୁଷ୍‌, ଜାପାନ ଓ ପାକିସ୍ତାନ ପରେ ଭାରତକୁ ସବୁଠାରୁ ପସନ୍ଦର ଦେଶ ବୋଲି ମନେ କରୁଛନ୍ତି । ସେହିପରି ସର୍ଭେରେ ସାମିଲ ହୋଇଥିବା ୯୦ପ୍ରତିଶତ ଲୋକେ ଭାବୁଛନ୍ତି ଯେ, ଭାରତ ବିରୋଧରେ ସୈନ୍ୟ ଲଢେଇକୁ ସହମତ ପରିପୋଷଣ କରିଛନ୍ତି । ୫୦ ପ୍ରତିଶତ ଚୀନ୍‌ ନାଗରିକ ମାନୁଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ଚୀନ୍‌ ଉପରେ ଅନେକାଂଶରେ ନିର୍ଭର କରିଥାଏ । ଗତ କିଛି ଦିନର ପଦକ୍ଷେପ ଅନୁଯାୟୀ ଭାରତକୁ ଆଗକୁ ବହୁ କ୍ଷତି ହେବାର ଆଶଙ୍କା ରହିଛି।

 

Leave a Reply

Your email address will not be published. Required fields are marked *