ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର:- ସାମଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଘଟଣାରେ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାରୁ ପରଦା ହଟିପାରିନି । ତେବେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ବିଦ୍ୟାଶ୍ରୀ ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦିନ ବଡିବା ସହ ରହସ୍ୟରୁ ପରଦା ହଟିପାରୁନି ।  ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି  ପରେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ମାର୍ଗରେ ପହଞ୍ଚିପାରୁନି । ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ୪ଜଣଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ-ବିକାଶ ଓ ଅନ୍ୟ ଜଣଙ୍କର ଟେଷ୍ଟ ପାଇଁ ସୂଚନା ଦିଆଯାଇଥିଲା । ଏହି ଆଧାରରେ ଆଜି ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରସୁଲଗଡସ୍ଥିତ ରାଜ୍ୟ ଫରେନସିକ ଲ୍ୟାବ୍‌ରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *