ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଆରମ୍ଭ ହେବ ରନୱେର କାର୍ପେଟିଂ କାମ

ଭୁବନେଶ୍ୱର:-ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । ଲକଡାଉନ ସମୟରେ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି ବିମାନବନ୍ଦର ।୭୫ ପ୍ରତିଶତ ଯାତ୍ରୀଙ୍କ ସଂଖ୍ୟା କମିଯାଇଛି । ମେ ଓ ଜୁନ ମାସରେ ଯାତ୍ରୀ ଆସୁଥିଲେ ଅଧିକ ଯାଉଥିଲେ କମ । ବର୍ତମାନ କିନ୍ତୁ ଯାତ୍ରୀ ଆସୁଛନ୍ତି କମ ଯାଉଛନ୍ତି ଅଧିକ । କରୋନା ଯୋଗୁ ବର୍ତମାନ ପ୍ରାୟ ଦୈନିକ ୧୭ଟି ଫ୍ଲାଇଟ ଯାଉଛି । ୩ ହଜାର ପାଖାପାଖି ଯାତ୍ରୀ ଯିବା ଆସିବା କରୁଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

Leave a Reply

Your email address will not be published. Required fields are marked *