ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତୀଙ୍କ ଜୀବନ

ବୌଦ୍ଧ:- ବର୍ଷା ଦିନେ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଁକୁ ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହୋଇ ପାରୁନଥିବା ଅଭିଯୋଗ ହୁଏ । କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ନବ ପ୍ରସୂତିଙ୍କ ଜୀବନ ଅକାଳରେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା l ମିଳିଥିବା ସୂଚନା ଅନୁଯାୟୀ ମୃତକ ପୁଟୁରୀ ସେହି ପଞ୍ଚାୟତର ରାହାଜୋର୍ ଗ୍ରାମରେ ବିବାହ କରିଥିଲେ ।

ଆସନ୍ନ ପ୍ରସବା ଥିବାରୁ ନିଜ ବାପ ଘର ଟିଲାଟିଙ୍ଗା ଗ୍ରାମ ହରିଜନ ସାହିକୁ ଆସି କିଛି ଦିନ ହେବ ରହିଥିଲେ l  ହଠାତ ଦେହ ଅସୁସ୍ଥ ହେବାରୁ ମନମୁଣ୍ଡା ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡକା ଯାଇଥିଲା l ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ଆସିଥିଲା କିନ୍ତୁ ଗାଁକୁ ରାସ୍ତା ଖରାପ ଯୋଗୁଁ ଯାଇ ନପାରି ଦୁଇ କିଲୋମିଟର୍ ଦୂରରେ ଅଟକି ରହିଥିଲା l କିଛି ଉପାୟ ନପାଇ ଚାରି ଜଣ ଲୋକ ଯୋଗାଡ କରି ଖଟିଆକୁ ଭାର କରି  ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।  ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ ହେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *