ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ:-ନ୍ୟାୟ ନ ମିଳିବା ଅଭିଯୋଗ ନେଇ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ।  ଆତ୍ମହତ୍ୟା କରିଥିବା ଯୁବକ ଜଣକ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ ଭଦ୍ରକ ଯିଲଲ ପୁରୁଣାବଜାର ଥାନା ସମ୍ମୁଖରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା  ଯୁବକ ହେଲେ ସେକ ଫୟାଜ । ଥାନାରେ ନ୍ୟାୟ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଫୟାଜଙ୍କ ପାରିବାରିକ କଳହକୁ ନେଇ ତାଙ୍କ ନାଁରେ ଏତଲା ଦିଆଯାଇଥିଲା । ପରେ ସେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ ନେଇ ପୁଣି ଥାନାକୁ ଆସିଥିଲେ । ଥାନା ସମ୍ମୁଖରେ ସାଙ୍ଗରେ ଆଣିଥିବା ବୋତଲରୁ କିଛି ଜ୍ବଳଣଶୀଳ ପଦାର୍ଥ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ତାଙ୍କର ହାତ ଓ ଗୋଡ଼ର କେତେକ ଅଂଶ ପୋଡି ଯାଇଛି ।

Leave a Reply

Your email address will not be published. Required fields are marked *