ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ : ବ୍ୟସ୍ତ ହୁଅନ୍ତୁ ନାହିଁ , କ୍ଷୁର୍ଣ୍ଣ ହେବ ନାହିଁ ଆପଣଙ୍କ ଅଧିକାର

ନୂଆଦିଲ୍ଲୀ :-ନାଗରିକତା ସଂଶୋଧନ ବିଧେୟକ,୨୦୧୯ (କ୍ୟାବ୍) କୁ ସଂସଦର ଦୁଇ ସଦନରୁ ମଞ୍ଜୁରୀ ମିଳିଯାଇଛି। ସେପଟେ ପୂର୍ବୋତ୍ତର ରାଜ୍ୟ ଖାସ୍ କରି ଆସାମରେ ବିଧେୟକର ବିରୋଧ ହେଉଛି। ଅନେକ ସ୍ଥାନରେ ପ୍ରଦର୍ଶନକାରୀମାନେ ହିଂସା ପ୍ରଦର୍ଶନ କରିଛନ୍ତି। ଏପରିକି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଘରେ ମଧ୍ୟ ପଥର ମାଡ଼ କରିଛନ୍ତି।

ଏହା ପରଠୁ କିଛି ସ୍ଥାନମାନଙ୍କରେ କର୍ଫ୍ୟୁ ଜାରି କରାଯାଇଛି। ଆସାମରେ ଏପରି ଅଶାନ୍ତି ବାତାବରଣକୁ ଦେଖି ଅନେକ ଏୟାରଲାଇନ୍ସ ନିଜ ସେବା ରଦ୍ଦ କରି ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଆସାମର ଲୋକଙ୍କଠୁ ଶାନ୍ତି ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ତାଙ୍କ ଅଧିକାର ସେମାନଙ୍କଠୁ ଛଡ଼ାଯିବ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ , ‘ସେ ଆସାମର ଭାଇ ଓ ଭଉଣୀଙ୍କୁ ଏହା ଆଶ୍ବାସନା ଦେବାକୁ ଚାହୁଁଛନ୍ତି କି ନାଗରିକତା ସଂଶୋଧନ ବିଧେୟକ,୨୦୧୯ ପାସ୍ ହେବା ଦ୍ବାରା ତାଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ତାଙ୍କର ଅଧିକାର,ପରିଚୟ ଏବଂ ସୁନ୍ଦର ସଂସ୍କୃତି ତାଙ୍କଠାରୁ ଛଡ଼ାଯିବ ନାହିଁ।

Leave a Reply

Your email address will not be published. Required fields are marked *