ମୋଦିଙ୍କ ବିଜୟକୁ ପାକିସ୍ତାନ ଗଣମାଧ୍ୟମରେ ସମାଲୋଚନା

ଭୁବନେଶ୍ୱ;-ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସାରା ବିଶ୍ୱର ନେତା ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ମୋଦିଙ୍କୁ ଶୁଭେଛା ଜଣାଇଥିବା ବେଳେ ତାଙ୍କ ଦେଶରେ କିନ୍ତୁ ମୋଦିଙ୍କ ବିଜୟକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଇମ୍ରାନ ଖାନ୍ ନିଜ ଶୁଭେଛା ବାର୍ତ୍ତାରେ ଆଗକୁ ଦୁଇ ଦେଶ ଏକ ହୋଇ କାମ କରିବା ପାଇଁ ଆହ୍ୱାନ କରିଛନ୍ତି ଏବଂ ଶାନ୍ତି ଉପରେ ଜୋର ଦେଇଛନ୍ତି।

ବାଲାକୋଟ ଏୟାର ଷ୍ଟ୍ରାଇକ୍, ସର୍ଜିକାଲ ଷ୍ଟ୍ରାଇକ୍ ଆଦି ମୋଦିଙ୍କ ନିର୍ଦ୍ଦେଶରେ ହୋଇଥିବାରୁ ପାକିସ୍ତାନ ମୋଦିଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରି ନାହିଁ। ଯାହାକି ପାକିସ୍ତାନରେ ପ୍ରକାଶ ପାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।ଡନ୍ ଖବରକାଗଜ ନିଜ ପ୍ରଥମ ପୃଷ୍ଠାରେ ମୋଦିଙ୍କ ବିଜୟକୁ ‘ଜୋର ଜବରଦସ୍ତି’ ବୋଲି ଲେଖିଛି। ଦେଶର ସୁରକ୍ଷାକୁ ପ୍ରସଙ୍ଗ କରି ମୋଦି ପୁଣିଥରେ ୫ ବର୍ଷ ପାଇଁ ବିଜୟୀ ହୋଇଥିବା ଲେଖିଛି। ଏବଂ ନିଜ ସମ୍ପାଦକୀୟ ପୃଷ୍ଠାରେ ମୋଦିଙ୍କ ବିଜୟକୁ ‘ସାମ୍ପ୍ରଦାୟକ ବିଜୟ’ ବୋଲି ଉଲ୍ଲେଖ କରିଛି। ଭାରତରେ ସାମ୍ପ୍ରଦାୟକ ରାଜନୀତି ଉଗ୍ର ରୂପ ନେଇଛି। ଆଗାମୀ ୫ ବର୍ଷ ସାମ୍ପ୍ରଦାୟକୁ ପାଥେୟ କରି ନିର୍ବାଚିତ ହୋଇଥିବା ସରକାର ଭବିଷ୍ୟତ ନିର୍ଦ୍ଦାରଣ କରିବ ବୋଲି ଲେଖା ହୋଇଛି।ଦ ନ୍ୟୁଜ୍ ଇଣ୍ଟରନେଶନାଲ ଖବରକାଗଜ ମୋଦିଙ୍କ ବିଜୟକୁ ‘ନାଟକୀୟ’ ବୋଲି ଉଲ୍ଲେଖ କରିଛି। ଯଦିଓ ନିଜ ସମ୍ପାଦକୀୟ ପୃଷ୍ଠାର ଏକ ଆଲେଖ୍ୟରେ ବିଜେପିର ବିଜୟ ପାଇଁ ମୋଦିଙ୍କ ଶ୍ରେୟ ଦିଆଯାଇଛି। ‘ମୋଦି ଅନେକ ପାପ କରିଛନ୍ତି, ହେଲେ ବିରୋଧୀ ମୋଦିଙ୍କ ପାପକୁ ଲୋକଲୋଚନକୁ ଆଣିବାରେ ବିଫଳ ହେବାରୁ ମୋଦି ଜିତିବାରେ ସଫଳ ହେଲେ l 

Leave a Reply

Your email address will not be published. Required fields are marked *