ବୁର୍ଲା ମେଡିକାଲ ଫାଣ୍ଡି ଥାନା ଅଧିକାରୀ କରୋନା ପଜିଟିଭ୍, ଫାଣ୍ଡି ହେଲା ସିଲ୍

ସମ୍ବଲପୁର:-ବୁର୍ଲା ମେଡିକାଲ ଫାଣ୍ଡି ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ । ଏହା ଜଣାପଡିବା ପରେ ଫାଣ୍ଡିକୁ ସିଲ୍ କରାଯିବା ସହ ବିଶୋଧନ କରାଯାଇଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଇଦିଆଯାଇଥିବା ଜଣାପଡିଛି ।ତେବେ ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ତାର କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହାସହ ଫାଣ୍ଡିକୁ ସିଲ୍ କରାଯାଇ ବାହାରେ ଫାଣ୍ଡି କାମ ଚାଲୁଛି ।ଫାଣ୍ଡି ଅଧିକାରୀଙ୍କ ଲକ୍ଷଣ ଦେଖାଯିବାରୁ ସେ ଭୀମସାରରେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କ ଟେଷ୍ଟ ରପୋର୍ଚ ପଜିଟିଭ୍ ଆସିଥିଲା । ତାଙ୍କ ରିପୋରଟ ପଜିଟିଭ୍ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *