ବିବାଦୀୟ ଭାଇରାଲ ଅଡିଓ ମାମଲା:୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:-ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଥିବା ଜଣାପଡିଛି । ଏମାନେ ଗତକାଲି ଦ୍ୱିପ୍ରହରରୁ ଗିରଫ ହୋଇଛନ୍ତି । ଏକ ଭାଇରାଲ ଅଡିଓ ଟେପ ପ୍ରସାରଣ ପରେ କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାରଦିନ ଥାନାରେ ଅଭିଯୋଗ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା ।ଏହାପରେ ସଂପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏହି ଅଡିଓ ଟେପ୍ରେ କୁହାଯାଇଥିଲା, ଜଣେ କରୋନା ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଦେଉଛନ୍ତି । ଏବଂ କୋଭିଡ୍ ହସ୍ପିଟାଲ ଗୁଡିକୁ ଅତି କମ୍ରେ ଶହେ ରୋଗୀଙ୍କୁ ଆଡ୍ମିସନ୍ କରିବାକୁ ଟାର୍ଗେଟ ଦିଆଯାଇଛି

Leave a Reply

Your email address will not be published. Required fields are marked *