ରିୟାଙ୍କ ଫ୍ଲାଟର ଯାଞ୍ଚ କରିବ ED,

ମୁମ୍ବାଇ :-ଅଭିନେତା ସୁଶାନ୍ତ ସିଂଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଯେଉଁ ୩ ପ୍ରୋପର୍ଟିର ଇଡି ଯାଞ୍ଚ କରୁଛି ସେଥିରୁ ଗୋଟିଏ ପ୍ରୋପର୍ଟି ମୁମ୍ବାଇର ଖାର ଅଞ୍ଚଳରେ ଅଛି ଯାହା ୩୨୨ ସ୍କୋୟାର ଫୁଟର ୧ ବିଏଚକେ ଫ୍ଲାଟ୍, ଯାହାର ଦାମ୍ ୭୬ ଲକ୍ଷ ଟଙ୍କା । ଜିଏସଟି, ଷ୍ଟାମ୍ପ ଡ୍ୟୁଟି ଓ ଅନ୍ୟ ଚାର୍ଜେସ୍ ଲଗାଇ ରିୟାଙ୍କୁ ଏହି ଫ୍ଲାଟ୍ ପ୍ରାୟ ୮୪ ଲକ୍ଷ ଟଙ୍କା ପଡିଥିଲା ।

ଏହି ଫ୍ଲାଟକୁ ରିୟା ୨୦୧୮ର ପ୍ରାରମ୍ଭରେ ୫୧ ହଜାର ଟଙ୍କାରେ ବୁକ୍ କରାଇଥିଲେ ଏବଂ ରେଜିଷ୍ଟ୍ରେସନ ୨୦୧୮ରେ କରିଥିଲେ । ରିୟା ନିଜ ଆକାଉଣ୍ଟରୁ ୧୦ ପରସେଣ୍ଟ ପେମେଣ୍ଟ କରିଥିଲେ ଏବଂ ଆଗକୁ ସ୍ଲାବ୍ ୱାଇଜ୍ ପେମେଣ୍ଟ କରିଥିଲେ । ରିୟା ଏହି ଫ୍ଲାଟ ପାଇଁ ଏଚଡିଏଫସି ବ୍ୟାଙ୍କରୁ ୫୫ରୁ ୬୦ ଲକ୍ଷ ଟଙ୍କାର ହୋମ୍ ଲୋନ୍ ନେଇଥିଲେ ଏବଂ ବାକି ପେମେଣ୍ଟ ନିଜେ କରିଥିଲେ ।

ପ୍ରୋପର୍ଟି ରେଜିଷ୍ଟ୍ରେସନର ଦସ୍ତାବେଜରେ ରିୟାଙ୍କ ସହିତ ତାଙ୍କ ମା ସନ୍ଧ୍ୟାଙ୍କ ନାଁ ମଧ୍ୟ ନୋମିନି ରହିଛି । ରିୟା ଫ୍ଲାଟର ବୁକିଂ ସମେତ ୨ ଥର ବିଲ୍ଡର ଅଫିସ୍ ଆସିଥିଲେ । ତାଙ୍କ ପରିବାରରୁ ମା ଓ ପିତା ମଧ୍ୟ ଫ୍ଲାଟ୍ ଦେଖିବାକୁ ଆସିଥିଲେ । ଏହି ପ୍ରୋଜେକ୍ଟ ଅଗଷ୍ଟ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଥାନ୍ତା । ଫେବୃୟାରୀ ୨୦୨୩ ରେ ରିୟାଙ୍କୁ ପଜେସନ୍ ମିଳିଥାନ୍ତା । ଇଡି ଖୁବ୍ ଶୀଘ୍ର ଏହି ପ୍ରୋପର୍ଟି ସମ୍ବନ୍ଧରେ ରିୟାଙ୍କ ବ୍ୟତୀତ ବିଲ୍ଡରକୁ ମଧ୍ୟ ପଚରା ଉଚରା କରି ତଥ୍ୟର ଭେରିଫାଏ କରିପାରେ ।

Leave a Reply

Your email address will not be published. Required fields are marked *