ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ପଶିଲା କରୋନା, ୧୭ ଅନ୍ତେବାସୀ ସଂକ୍ରମିତ

ରାଉରକେଲା:-ରାଉରକେଲା ସ୍ବତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଚିହ୍ନଟ ହେବାପରେ ଜେଲ୍‌ରେ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ବତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଥିଲେ ।ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି । ଜେଲ୍‌ର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଉଛି । ତେବେ ଜେଲ୍‌ର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ୍ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି । ଏ ବାବଦରେ ସୁନ୍ଦରଗଡ ଜିଲ୍ଲାପାଳ ଟ୍ବିଟର ମାଧ୍ୟମରେ ସୂଚନା ପ୍ରଦାନ କରିଥିବା ବେଳେ ସ୍ବତନ୍ତ୍ର ଜେଲ୍‌ର ଜେଲର ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *