ଜ୍ୟୋତିଙ୍କ ଭାଗ୍ୟ ଫିଟିବ ! ଭାରତୀୟ ସାଇକେଲିଂ ଫେଡେରେସନ ଦେଇଛି ସୁଯୋଗ

ନୂଆଦିଲ୍ଲୀ:- ଲକ୍ ଡାଉନରେ ଗୁରୁଗ୍ରାମ ଦରଭଙ୍ଗାରୁ ସାଇକେଲରେ ନିଜ ଅସୁସ୍ଥ ବାପାଙ୍କୁ ଧରି ନିଜ ଘର ବିହାରକୁ ଫେରିଥିଲେ ୧୫ ବର୍ଷର ନାବାଳିକା ଜ୍ୟୋତି । ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ୭ ଦିନରେ ୧୨ ଶହ କିଲୋମିଟର ଯାତ୍ରା କରିଥିବା ଜ୍ୟୋତି କୁମାରୀଙ୍କୁ ଏକ ଅପୂର୍ବ ସୁଯୋଗ ଦେଇଛି ସାଇକେଲିଂ ଫେଡେରେସନ ।ଜ୍ୟୋତିଙ୍କୁ ଏକ ଟେଷ୍ଟ ପାଇଁ ଡକାଇଛି ସାଇକେଲିଂ ଫେଡେରେସନ । ଆସନ୍ତା ମାସରେ ସେ ଦିଲ୍ଲୀର ଆଇଜିଆଇ ସ୍ପୋର୍ଟସ ଷ୍ଟାଡିୟମରେ ଥିବା ସାଇକେଲିଂ ଏକାଡେମୀରେ ଟେଷ୍ଟ ହେବ । ତାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ତାଙ୍କର ସମସ୍ତ ଖର୍ଚ୍ଚ  ସାଇକେଲିଂ ଫେଡେରେସନ ବହନ କରିବ ବୋଲି କହିଛନ୍ତି ଫେଡେରେସନର ଚେୟାରମ୍ୟାନ ଓଙ୍କାର ସିଂହ ।ଜ୍ୟୋତି କୁମାରୀଙ୍କ ବାପା ମୋହନ ପାସଓ୍ବାନ ଜଣେ ଅଟୋ ଡ୍ରାଇଭର । କିଛି ଦିନ ତଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଲକ୍ ଡାଉନ୍ ପାଇଁ ଗାଡିମଟର ବନ୍ଦ ହେବାରୁ ଗାଡି ମାଲିକଙ୍କୁ ସେ ଗାଡି ଫେରାଇଦେଲେ । ଗୁରୁଗ୍ରାମରେ ଚଳିବା ପାଇଁ ଅସୁବିଧା ହେବାରୁ ଶେଷରେ ଏକ ସାଇକେଲ କିଣି ଉଭୟ ଘରକୁ ଫେରିଥିଲେ । ମେ ୧୦ ତାରିଖରେ ସେମାନେ ଗୁରୁଗ୍ରାମରୁ ବାହାରିଥିବା ବେଳେ ୧୬ ତାରିଖରେ ଘରେ ପହଁଞ୍ଚିଥିଲେ । ୧୨ କିଲୋମିଟର ରାସ୍ତାରେ ସେ ତାଙ୍କ ବାପାଙ୍କୁ ସାଇକେଲ କ୍ୟାରିୟରରେ ବସାଇ ନିଜେ ସାଇକେଲ ଚଳାଇଥିଲେ ।

Leave a Reply

Your email address will not be published. Required fields are marked *