କରୋନା ନେଲା ମନ୍ତ୍ରୀଙ୍କ ଜୀବନ,ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳ ବରୁଣଙ୍କ କରୋନାରେ ମୃତ୍ୟୁ

ଉତରପ୍ରଦେଶ:-ଉତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ ଲଖନୌର ପିଜିଆଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ଜୁଲାଇ ୧୮ ତାରିଖରୁ କରୋନା ସଂକ୍ରମଣ ଚିହ୍ନଟ ହେବା ପର ଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଉତରପ୍ରଦେଶ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ।କମଲା ବରୁଣଙ୍କ ଏପରି ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅମର ଆତ୍ମାର ସଦଗତି କାମନା କରିବା ସହ କମଲା ବରୁଣଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । କମଲା ବରୁଣଙ୍କ ଏପରି ଅକାଳ ବିୟୋଗ ଉତରପ୍ରଦେଶ ରାଜନୀତିରେ ଶୋକର ଛାୟା ଖେଳାଇ ଦେଇଛି । ରାଜ୍ୟ ରାଜନୀତି ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave a Reply

Your email address will not be published. Required fields are marked *