ଫେରାର ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଖୋଜୁଛି ବିହାର ପୋଲିସ୍ : କେତେବେଳେ ବି ହୋଇପାରନ୍ତି ଆରେଷ୍ଟ୍

ମୁମ୍ବାଇ:-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଫସୁଥିବା ନଜର ଆସିଛନ୍ତି। ସୂଚନା ଅନୁଯାୟୀ ବିହାର ପୋଲିସ୍ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିବା ଉପରେ ବିଚାର କରୁଛି। ବିହାର ପୋଲିସକୁ ରିୟାଙ୍କ ବିରୋଧରେ ପ୍ରମାଣ ମିଳିଛି। ଏପରି ପରିସ୍ଥିତିରେ ରିୟାଙ୍କୁ ପଚରାଉଚୁରା କରିବା ଜରୁରୀ ହୋଇପଡ଼ିଛି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ପୋଲିସ୍ ରିୟାଙ୍କ ସହ ଯୋଗାଯୋଗ କରି ପାରୁନାହିଁ। ତାଙ୍କ ସହ ଫୋନରେ ମଧ୍ୟ କଥାବାର୍ତ୍ତା ହୋଇପାରୁନାହିଁ। ପୋଲିସଙ୍କ ଅନୁସାରେ ରିୟା ଫେରାର ହୋଇ ଯାଇଛନ୍ତି।

ଗତ କିଛି ଦିନରୁ ବିହାର ପୋଲିସ୍ ସୁଶାନ୍ତ ମାମଲାରେ ସକ୍ରିୟ ହୋଇଛି। ଅନେକ ଲୋକଙ୍କ ବୟାନ ରୁଜୁ କରି ମାମଲାକୁ ଉପଯୁକ୍ତ ଦିଗରେ ଆଗକୁ ବଢ଼ାଇବା ଏବଂ ତଦନ୍ତକୁ ସଫଳ କରିବା ଉପରେ ଜୋର ଦିଆଯାଉଛି। ମଙ୍ଗଳବାର ସୁଶାନ୍ତଙ୍କ ବାପା କେକେ ସିଂହ ,ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କୁହାଯାଇଥିଲା ଯେ ରିୟା ଦୀର୍ଘ ଦିନରୁ ସୁଶାନ୍ତଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସେ ସୁଶାନ୍ତଙ୍କୁ ତାଙ୍କ ପରିବାରଠୁ ମଧ୍ୟ ଦୂରେଇ ରଖୁଥିଲେ। ରିୟା ସୁଶାନ୍ତଙ୍କୁ ବ୍ଲାକମେଲ୍ କରୁଥିବାର ମଧ୍ୟ ଅଭିଯୋଗ ଆସିଛି। ଏବେ ରିୟାଙ୍କ ବିରୋଧରେ ପୋଲିସକୁ କିଛି ପ୍ରମାଣ ମିଳିଛି।

କିନ୍ତୁ ଲୁକଆଉଟ ନୋଟିସକୁ ନେଇ ରିୟାଙ୍କ ଓକିଲ ସତୀଶ ଭିନ୍ନ ବୟାନ ଦେଇଛନ୍ତି। ତାଙ୍କ ମୁତାବକ ରିୟାଙ୍କୁ କିମ୍ବା ତାଙ୍କୁ କୌଣସି ଲୁକଆଉଟ ନୋଟିସ୍ ପଠାଯାଇନାହିଁ। ଓକିଲଙ୍କ କହିବା ଅନୁସାରେ ରିୟାଙ୍କ ଘରକୁ ମଧ୍ୟ କେହି ଆସି ନାହାନ୍ତି।

Leave a Reply

Your email address will not be published. Required fields are marked *