ସୁସ୍ଥ ହେଲେ ଆଉ ୭୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର:-ଶନିବାର ରାଜ୍ୟରେ ୭୫୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୭୩ରେ ପହଁଚିଛି ।ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାର ସର୍ବାଧିକ ୧୬୨ଜଣ ଥିବା ବେଳେ ଗଞ୍ଜାମର ୧୩୯, କଟକର ୭୮, ସୁନ୍ଦରଗଡର ୫୮, ଗଜପତିର ୪୯, ଭଦ୍ରକର ୩୩, କେଉଁଝରର ୩୧, ପୁରୀର ୨୮, ନୟାଗଡର ୨୨, ରାୟଗଡାର ୨୦ ଓ ବାଲେଶ୍ୱରର ୧୯ଜଣ ରହିଛନ୍ତି । ସେହିପରି କୋରାପୁଟର ୧୮, ମାଲକାନଗିରିର ୧୬, ନବରଙ୍ଗପୁରର ୧୩, କନ୍ଧମାଳର ୧୦, ସମ୍ବଲପୁରର ୧୦, ୟାଜପୁରର ୯, କେନ୍ଦ୍ରାପଡାରୁ ୯, ଜଗତସିଂପୁରର ୮, ବରଗଡର ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ ଓ ଅନୁଗୋଳର ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *