ଅଗଷ୍ଟରେ ରାଜ୍ୟରେ କମିବ କରୋନାର ପ୍ରକୋପ !

ଭୁବନେଶ୍ୱର:-ରାଜ୍ୟରେ ଅଗଷ୍ଟ ମାସରେ କମିପାରେ କରୋନା ସଂକ୍ରମଣ। ଏଭଳି ଅନୁମାନ କରୁଛନ୍ତି ବିଶେଷଜ୍ଞ।  କାରଣ ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟରେ ସ୍ଥିରତା ରହିଛି। ସେପଟେ ଭୁବନେଶ୍ବରରେ ଆଜି ଆରମ୍ଭ ହୋଇଛି ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଅଗଷ୍ଟରେ  କମିପାରେ କରୋନା।  ଏଭଳି ଅନୁମାନ କରୁଛନ୍ତି ବିଶେଷଜ୍ଞ।  କାରଣ ୨୪ ରୁ ୩୧ ଜୁଲାଇରେ କରୋନା ପଜିଟିଭ  ସଂଖ୍ୟା ସ୍ଥିର ରହିଛି ।  ଏପରିକି ହଟସ୍ପଟ ଜିଲ୍ଲାଗୁଡ଼ିକରେ ଟେଷ୍ଟ ବଢାଯାଇଥିଲେ ମଧ୍ୟ ପେଜିଟିଭ ସଂଖ୍ୟା କମିବାରେ ଲାଗିଛି ।  ଯଦି ଏହିପରି କଟକଣା  ଜାରି ରହେ  ଏବଂ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ବଢାଯାଏ ତାହେଲେ ଅଗଷ୍ଟ ଶେଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ ବୋଲି କହିଛନ୍ତି ଆଇ ଏଲ ଏସ ନିର୍ଦେଶକ। ସେହିପରି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ମଧ୍ୟ ସେ କହିଛନ୍ତି।ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟ ୩୦ ହଜାର ପାର କରିଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଵର୍ତମାନ ସ୍ଥିରତା ରହିଥିଲେ ବି  ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟ ଚିନ୍ତାର ବିଷୟ ହୋଇଛି ।  ରାଜ୍ୟରେ କରୋନା ସଂକ୍ରମଣକୁ  ଆଖି ଆଗରେ ରଖି ଟେଷ୍ଟ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା କାଲି ଠାରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ଲକ ଡାଉନ ସଫଳ ହୋଇଛି। ଫଳରେ ଟେଷ୍ଟିଂ ଏବଂ  କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି ।

Leave a Reply

Your email address will not be published. Required fields are marked *