ପୁଣି ଫେରିଲା ରାତ୍ରକାଳୀନ କର୍ଫ୍ୟୁ, କଣ ଖୋଲା ରହିବ ପଢନ୍ତୁ….

ଭୁବନେଶ୍ୱର: -କେନ୍ଦ୍ର ସରକାର ଅନଲକ-୩ରେ ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଥିଲେ ହେଁ ଓଡ଼ିଶା ସରକାର କିନ୍ତୁ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଅର୍ଥାତ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ। ଜାତୀୟ ରାଜପଥ କଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।

ଅଗଷ୍ଟ ମାସର କଟକଣା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେବା ବେଳେ ଏଭଳି କହିଛନ୍ତି। ସେ କହିଛନ୍ତି, କଣ୍ଟେନମେଣ୍ଟ ଜୋନରେ ଲକଡାଉନ ସଂପୂର୍ଣ୍ଣ ଭାବେ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଲାଗିବ।
ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ।

ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ସାମାଜିକ ଓ ରାଜନୀତିକ କାର୍ଯ୍ୟ ବନ୍ଦ ରହିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ। ପାଠ ପଢ଼ା ବନ୍ଦ ରହିଲେ ବି ପରୀକ୍ଷା କରାଯାଇ ପାରିବ। ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ

Leave a Reply

Your email address will not be published. Required fields are marked *