ସଫେଇ ରଖିଲେ ଅଭିନେତା ପିଂଟୁ ନନ୍ଦ : କହିଲେ ସେ ମହିଳା କିଏ ମୁଁ ଜାଣିନି । ଫିଲ୍ମରେ ଅଭିନୟ ସୁଯୋଗ ନମିଳିବାରୁ ଆଣିଥାଇପାରନ୍ତି ଅଭିଯୋଗ
ଭୁବନେଶ୍ୱର:- ଫିଟୁଙ୍କ ନାଁରେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ସଫେଇ ରଖିଛନ୍ତି ଅଭିନେତା । ଆଜି ସେ କହିଛନ୍ତି, ସଂପୃକ୍ତ ମହିଳା ଏହିି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି । ତାଙ୍କୁ ସୁଟିଂ ସେଟରେ ମଧ୍ୟ କେବେ ଦେଖିନାହାନ୍ତି । ସିନେମାରେ ସ୍ତ୍ରୀଙ୍କ ଭୂମିକା କରିନପାରିବାରୁ ମହିଳାଙ୍କ ଜଣକ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ପିଂଟୁ ନନ୍ଦ କହିଛନ୍ତି । ପ୍ରଥମ ଥର ଲାଗି ଥାନାରେ ଝିଅଙ୍କୁ ଦେଖିଲି । ପୁଲିସ ତାଙ୍କୁ ନୋଟିସ ଦେଇଛି ଓ ୧୫ ଦିନ ମଧ୍ୟରେ ପକ୍ଷ ରଖିବାକୁ କହିଛି ବୋଲି କହିଛନ୍ତି ପିଂଟୁ ନନ୍ଦ ।ଗତକାଲି ଜଣେ ମହିଳା ପିଂଟୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ, ଫିଲ୍ମରେ ଅଭିନୟ କରିବା ପାଇଁ ସଂପୃକ୍ତ ମହିଳାଙ୍କୁ ଡାକିଥିଲେ ପିଂଟୁ । ଆଉ ସାକ୍ଷାତ ସମୟରେ ମହିଳାଙ୍କୁ କମ୍ପରମାଇଜ କରିବାକୁ କହିଥିବା କହିଥିଲେ ମହିଳା । ଏପରିକି ତାଙ୍କୁ ଗାଳିଗୁଲଜ କରିଥିବା ବି ଅଭିଯୋଗ ଆଣିଥିଲେ ସଂପୃକ୍ତ ମହିଳା । ପରେ ପିଟୁ ନନ୍ଦଙ୍କୁ ଡାକି ପଚରାଉଚରା କରିଥିଲା ପୁଲିସ ।