କଟକ ସହରରୁ ଆଜି ଆଉ ୫୭ କରୋନା ପଜେଟିଭ ରୋଗୀ ଚିହ୍ନଟ

କଟକ:-କଟକ ସହରରୁ ରବିବାର ପୁଣି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ କ୍ୱାରାଣ୍ଟାଇନ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦରଘା ବଜାର, ବେହେରା ସାହି ମାଲଗୋଦାମ, ରେଭେନ୍ସା ୟୁନିଭର୍ସିଟି, ଶଙ୍କରପୁର, ତୁଳସୀପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡିଆ ବଜାରରୁ ଜଣେ କରୋନା ଯୋଦ୍ଧାଙ୍କ ସମେତ ଆଉ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ସିଏମସି ପକ୍ଷରୁ କୁହାଯାଇଛି।
ସେହିପରି ହୋମ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ ୧୧ ଜଣ, ଖଟବିନ ସାହିରୁ ସର୍ବାଧିକ ୧୪ ଜଣ, ଶେଖ ବଜାରରୁ ୮, ତନ୍ତି ସାହିରୁ ୨, ଷଷ୍ଠ ବାଟାଲିୟନରୁ ଜଣେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୯୬ ଜଣ ସୁସ୍ଥ ହୋଇଥିବା ବେଳେ ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ସହରରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *