ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ ଅମ୍ଫାନ

ଭୁବନେଶ୍ବର:-ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍‌ ନେଇ ଆଉ ଏକ ତଥ୍ୟା ସାମ୍ନା ଆସିଛି। ଏକ ଅନ୍ତର୍ଜାତୀୟ  ପାଣିପାଗ ସଂସ୍ଥା ଜଏଣ୍ଟ ଟାଏଫୁନ୍ ଓ୍ବାର୍ଣ୍ଣିଂ ସେଣ୍ଟରର ଆକଳନ ଅନ୍ୟ କିଛି ରହିଛି। ଓଡିଶା ଉପକୂଳ ଅତି ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ଏହି ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛନ୍ତି। ଏହାସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳର କୌଣସି ସ୍ଥାନରେ  ଲ୍ୟାଣ୍ଡଫଲ୍ କରିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ପାଣିପାଗ ବିଭାଗ ବା ଆଇଏମ୍‌ଡିଙ୍କ ସୂଚନା ଅନୁସାରେ ବାତ୍ୟା ଅମ୍ଫାନ ସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ୍ କରିବ।

ବର୍ତ୍ତମାନ ପାଣିପାଗ ସୂଚନା ବାତ୍ୟା ଅମ୍ଫାନ ପାରାଦୀପଠାରୁ ୧୨୫ ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହି ବାତ୍ୟା ସମଦ୍ରରେ ଅତି ଭୀଷଣ ଚକ୍ରବାତର ରୂପ ନେଇଛି।  ଉପକୂଳ ଓଡ଼ିଶାରେ ଗଛ ସହ କିଛି ଘର କଚ୍ଚା ଘର ଭାଙ୍ଗିଥିବା ସୂଚନା ମିଳିଛି। କିନ୍ତୁ ଅନ୍ୟପଟେ ବାତ୍ୟା ଅମ୍ଫାନ ର ମୁକାବିଲା ଲାଗି ରାଜ୍ୟ ସରକାର ପୁରା ସଜାଗ ରହିଛି। ସୁନ୍ଦରବନରେ ଅଞ୍ଚଳରେ ସ୍ଥଳଭାଗ ଛଇଁବ ବାତ୍ୟା ଅମ୍ଫାନ

Leave a Reply

Your email address will not be published. Required fields are marked *