ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ,ମାରୁଛନ୍ତି ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା

କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି।

ଏତିକିରେ ମନ ଶାନ୍ତ ହେଉନି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି। ଆଇଆଇସିଙ୍କ ଏହି ମାଡ଼ର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୂର୍ବରୁ ମଧ୍ୟ କେନ୍ଦୁଝର ପୋଲିସର ଔଦ୍ଧତ୍ୟ ଦେଖିବାକୁ ମିଳିଛି।

କିଛି ଦିନ ତଳେ କେନ୍ଦୁଝର ଟାଉନ ଥାନାରେ ଜଣେ ନ୍ୟୁଜ କ୍ୟାମେରାମ୍ୟାନଙ୍କୁ ଦୁର୍ବ୍ୟବହାର କରି ଜଣେ ଏସ୍ଆଇଙ୍କ ବଦଳି ହୋଇଥିଲା। ଏହାପରେ ରାମଚନ୍ଦ୍ରପୁର ଥାନା ଏସ୍ଆଇ ଜଣେ ବ୍ୟକ୍ତିଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବିତ ହୋଇଥିଲେ।

ତେବେ ପାଟଣା ଥାନା ଆଇଆଇସିଙ୍କ ଏଭଳି ଥାର୍ଡ ଡିଗ୍ରୀ ସମ୍ପର୍କରେ ସନ୍ଧ୍ୟାରାଣୀ ଜେନା ଏବଂ କେନ୍ଦୁଝର ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *