ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତକୁ ନେଇ ଚୀନର ପ୍ରତିକ୍ରିୟା, କହିଲା- ସ୍ଥିତି ଖରାପ କରନ୍ତୁନି କୌଣସି ପକ୍ଷ

ନୂଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଆଜି ଲେହ ପହଁଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚୀନ୍ ମଧ୍ୟ ମୋଦିଙ୍କର ଏହି ଗସ୍ତକୁ ନେଇ ନିଜର ପ୍ରତିକ୍ରିୟା ଦେଇଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୋଦିଙ୍କ ଏହି ଗସ୍ତ ନେଇ ବୟାନ  ଦେଇଛନ୍ତି। ଚୀନ୍ କହିଛି, କୌଣସି ପକ୍ଷ କିଛି ବି ଏଭଳି ନକରନ୍ତୁ, ଯାହାଦ୍ବାରା ସ୍ଥିତି ଖରାପ ହୋଇଯିବ। ପ୍ରତିଦିନ ହେବାକୁ ଥିବା ବ୍ରିଫିଂ ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ୍ କହିଛନ୍ତି, ଭାରତ ଓ ଚୀନ୍ ସେନା ଓ ଡିପ୍ଳୋମାଟିକ୍ ଆଲୋଚନା ଜରିଆରେ ବର୍ଡରରେ ଜାରି ବିବାଦ କମ୍ କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ କୌଣସି ପାର୍ଟି କିଛି ବି ଏଭଳି କିଛି ନକରନ୍ତୁ, ଯାହାଦ୍ବାରା ସୀମାରେ ବିବାଦ ସୃଷ୍ଟି ହେବ।

ଚୀନର ଏଭଳି ବୟାନ ସେତେବେଳେ ଆସିଛି ଯେବେ ପୂର୍ବ ଲଦାଖରେ ଚୀନ ସହିତ ସୀମାରେ ଜାରି ବିବାଦ ଭିତରେ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସକା​‌ଳେ ଲେହ-ଲଦାଖ ଓ ଆଗ ସ୍ଥାନର ଗସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଦୁଇ ଦେଶର ସୈନିକଙ୍କ ଭିତରେ ହିଂସାତ୍ମକ ସଂଘର୍ଷର ୧୮ ଦିନ ପରେ ଆସିଛି।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଲଦାଖ ପହଁଞ୍ଚିଥିଲେ। ସମୁଦ୍ର ତଳଠାରୁ ୧୧ ହଜାର ଫୁଟ ଉଚ୍ଚତାରେ ଥିବା ଦୁର୍ଗମ ଅଞ୍ଚଳ ନିମୁରେ  ତାଙ୍କୁ ସେନା, ବାୟୁସେନା ଓ ଭାରତ-ତିବ୍ଦତ ସୀମା ପୋଲିସ ଦ୍ବାରା ଏହି ମାମଲାକୁ ନେଇ ସମସ୍ତ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *