୬ରୁ ଖୋଲିବ ସବୁ କୀର୍ତ୍ତିରାଜି

ନୂଆଦିଲ୍ଲୀ:- ବିଶ୍ୱ ପ୍ରସିଦ୍ଧ ତାଜମହଲ ଓ ଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ସମସ୍ତ କୀର୍ତ୍ତିରାଜି ଆସନ୍ତା ୬ ତାରିଖ (ସେମାବାର) ଠାରୁ ଜନସାଧାରଣଙ୍କ ପାଇଁ ଖୋଲିବ । କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଟୁଇଟରରେ ଏହି ଘୋଷଣା କରିଛନ୍ତି । ଏସବୁ କୀର୍ତ୍ତିରାଜି ଦର୍ଶନ ପାଇଁ ଆସିବାକୁ ଥିବା ଲୋକମାନଙ୍କ ଲାଗି କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଲାଗୁ କରାଯିବା ଫଳରେ ଏସବୁ କୀର୍ତ୍ତିରାଜିକୁ ବନ୍ଦ କରିଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ ଲାଗୁ ବିଷୟ ଘୋଷଣା କରିବା ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦେଶର ୩,୪୦୦ କୀର୍ତ୍ତିରାଜିକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ କରିଦେଇଥିଲା । ତେବେ ଅନ୍‌ଲାକ-୧ରେ ସରକାର କଟକଣା କିଛିଟା କୋହଳ କରିବା ପରେ ସେଥିରୁ ୮୨୦ଟି ଧାର୍ମିକ ସ୍ଥଳୀକୁ ଦର୍ଶନ ନିମନ୍ତେ ଖୋଲାଯାଇଥିଲା । ଅବଶିଷ୍ଟ କୀର୍ତ୍ତିରାଜି ଆସନ୍ତା ସୋମବାର ଠାରୁ ଖୋଲିବାକୁ କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *