ଚୀନକୁ ମୋଦିଙ୍କ କଡ଼ା ଚେତାବନୀ: ବିସ୍ତାରବାଦର ଯୁଗ ଶେଷ, ଏବେ ବିକାଶବାଦର ସମୟ

ନୂଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନକୁ ଦେଇଛନ୍ତି କଡା ଚେତାବନୀ।  ଭାରତୀୟ ସୈନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ବିସ୍ତାରବାଦର ଯୁଗ ଶେଷ ହୋଇସାରିଛି, ଏବେ ବିକାଶବାଦର ସମୟ ଆସିଛି। ଦ୍ରୁତ ଗତିରେ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ। ବିକାଶବାଦ ପାଇଁ ଅବସର ରହିଛି ଓ ବିକାଶବାଦ ହିଁ ଭବିଷ୍ୟତର ଆଧାର।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଗତ ଶତାବ୍ଦୀରେ ବିସ୍ତାରବାଦ ହିଁ ମାନବିକତାର ସବୁଠାରୁ ବଡ କ୍ଷତି କରିଛି। ମାନବିକତାକୁ ବିନାଶ କରିବାର କାମ କରିଛନ୍ତି। ବିସ୍ତାରବାଦର ବିଜୟ ଯେତେବେଳେ କାହା ଉପ​‌ରେ ସବାର ହୋଇଯାଏ ସେ ସବୁବେଳେ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରିଥାଏ। ଇତିହାସ ସାକ୍ଷୀ ଅଛି ଏଭଳି ଶକ୍ତି ସବୁ ନିପାତ ହୋଇଯାଇଛନ୍ତି କିମ୍ବା ନିଜେ ଏଥିରୁ ଓହରି ଯିବାକୁ ବାଧ୍ୟ ହୋଇଛନ୍ତି।

ସାରା ବିଶ୍ବରେ ବିସ୍ତାରବାଦ ବିରୋଧରେ ସ୍ବର ଉତ୍ତୋଳନ କରାଯାଉଛି। ଆଜି ବିଶ୍ବ ବିକାଶବାଦକୁ ସମର୍ପିତ। ଆଜି ବିକାଶର ପ୍ରତିଯୋଗୀତାକୁ ସବୁଠି ସ୍ବାଗତ କରାଯାଏ। ଯେବେ ରାଷ୍ଟ୍ର ସୁରକ୍ଷା ସମ୍ପର୍କିତ କୌଣସି ନିଷ୍ପତ୍ତି ସମ୍ପର୍କରେ ଭାବେ ଦୁଇଟି ମା’ଙ୍କର କଥାକୁ ସ୍ବରଣ କରେ। ପ୍ରଥମ ଭାରତ ମାତା ଦ୍ବିତୀୟ ସେହି ବୀର ମା’, ଯିଏ ନିଜ ଭଳି ପରାକ୍ରମୀ ଯୋଦ୍ଧା ଜନ୍ମ ଦେଇଛନ୍ତି।

ମୋଦି କହିଛନ୍ତି, ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସମ୍ମାନ। ଏହାସହ ଭାରତ ମାତାର ସୁରକ୍ଷା ଦେଶର ସର୍ବୋଚ୍ଚ ପ୍ରାଥମିକତା। ସେନା ପାଇଁ ଜରୁରୀ ଅସ୍ତ୍ରଶସ୍ତ୍ର ହେଉ କିମ୍ବା ସାଜ –ସରଞ୍ଜାମ। ଏସବୁ ଉପରେ ଆମେ ଖୁବ୍ ଧ୍ୟାନ ଦେଉଛୁ। ଏବେ ଦେଶରେ ବର୍ଡର ଇନଫ୍ରାଷ୍ଟକଚର ଉପରେ ଖର୍ଚ୍ଚକୁ ୩ ଗୁଣା କରିଦିଆଯାଇଛି।

Leave a Reply

Your email address will not be published. Required fields are marked *