କିନ୍ନରଙ୍କୁ ମିଳିବ ଭତ୍ତା, ମଧୁବାବୁ ପେନ୍‌ସନ୍ ଯୋଜନାରେ ହେଲେ ସାମିଲ୍‌

ଭୁବନେଶ୍ବର :-ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ସାମିଲ । ଏଣିକି ମଧୁବାବୁ ପେନସନ୍‌ ଯୋଜନାରେ କିନ୍ନର ଭତ୍ତା ପାଇବେ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ତୃତୀୟ ଲିଙ୍ଗୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ସାମିଲ ହେବାକୁ ହେଲେ ଓ୍ବେବସାଇଟ୍‌ କିମ୍ବା ଫର୍ମରେ ସେମାନେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

ଅନ୍ୟପଟେ ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ହଜାରେ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଟଙ୍କା ଆସିସାରିଛି ଏବଂ ଖୁବ୍ ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *