ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: :-ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି । ବାହୁଡା ଯାତ୍ରା ପାଇଁ ଆଜି ରାତି ୧୦ଟାରୁ ପୁରୀରେ କର୍ଫ୍ୟୁ ଲାଗୁ କରାଯିବ ।ଅତିରିକ୍ତ ପୁଲିସ ଡିଜି କହିଛନ୍ତି, ଏଥର ବାହୁଡା ଯାତ୍ରାଙ୍କୁ ଶୃଙ୍ଖଳିତ କରାଯିବ । ରଥର ସୁରକ୍ଷା ଦୃଷ୍ଟିରୁ ଏକ ଆଉଟର କର୍ଡନ କହିବ । କର୍ଫ୍ୟୁ ଓ ସଟଡାଉନ ନିୟମ ବଳବତ୍ତର ରହିବ । ବଡଦାଣ୍ଡ ଦୁଇକଡରେ ଥିବା କୋଠା ବାହାରକୁ କେହି ନ ବାହାରିବାକୁ ଏଡିଜି ଅପିଲ କରିଛନ୍ତି । ଏଥର ବାହୁଡାଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ସବୁନୀତିକାନ୍ତି ପରେ ଅପରାହ୍ନ ୧୨ଟାରୁ ରଥଟଣା ପାଇଁ ସମୟ ନିର୍ଘଂଟ କରାଯାଇଛି ।

Leave a Reply

Your email address will not be published. Required fields are marked *