ପ୍ଲେ-ଷ୍ଟୋରରୁ ହଟିଲା ଟିକଟକ୍ , ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ :-ଭାରତ-ଚୀନ୍ ସୀମା ବିିବାଦ ଭିତରେ ବଡ ନିଷ୍ପତି ନେଇଛି ଭାରତ । ଚାଇନା ଆପ୍ ଟିକଟକକୁ ବ୍ୟାନ୍ କରିଛି ଭାରତ । ତଥ୍ୟ ଚୋରି ଅଭିଯୋଗ କାରଣରୁ ଟିକ୍ଟକ୍ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଏହାସହ ୪୮ଘଂଟା ମଧ୍ୟରେ ଜବାବ ରଖିବାକୁ କୁହଯାଇଛି । ଟିକ୍ଟକ୍ର ଭାରତ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଏନେଇ ସରକାରୀ ଅଧିକାରୀଙ୍କ ସହ କମ୍ପାନୀ ଆଲୋଚନା କରିବ । ଏହାସହ ନିଜ ପକ୍ଷ ରଖିବ କମ୍ପାନୀ ।ଏହାରି ଭିତରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକ୍ଟକ୍ ଭାରତ ସରକାରଙ୍କ ସବୁ ନିୟମ ମାନିଛି ଏବଂ ବ୍ୟବହାରକାରୀଙ୍କ ଗୋପନିୟତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏପରିକି ଚୀନ୍ ସରକାରଙ୍କୁ ନିକଟରେ କୌଣସି ବ୍ୟବହାରକରୀଙ୍କ ଡାଟାକୁ ଲିକ୍ କରାଯାଇନାହିଁ ବୋଲି ଟିକ୍ଟକ୍ ପକ୍ଷରୁ କୁହାଯାଇଛି । ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍ଟକ୍ ଆପକୁ ହଟାଇ ଦିଆଯାଇଛି । ଏହାସହ ଗୁଗଲ ପ୍ଲେ ଷ୍ଟୋରରୁ କ୍ଲବ ଫ୍ୟାକ୍ଟ୍ରି, ସେୟାରଇଟ୍, ଲାଇକ, ଏମଆଇ ଭିଡିଓ କଲ୍, ୱେବୋ, ବାଇଡୁ ଓ ବିଗୋ ଭଳି ଚୀନ୍ ଆପକୁ ମଧ୍ୟ ହଟାଇଦିଆଯାଇଛି ।ସେପଟେ, ଚୀନ ବିରୋଧରେ ଭାରତର ଡିଜିଟାଲ ଏୟାରଷ୍ଟ୍ରାଇକ । ଟିକଟକ୍ ସହ ମୋଟ ୫୯ଟି ଚୀନ ଆପ୍ଲିକେସନ୍ ବ୍ୟାନ କରିଛନ୍ତି ଭାରତ ସରକାର । ଅନେକ ଦିନ ଧରି ଭାରତ ଚୀନ ସୀମା ବିବାଦ ଜାରି ରହିଥିିବା ବେଳେ ଚୀନି ସାମଗ୍ରୀ ଏବଂ ଆପ୍ଲିକେସନ ବନ୍ଦ କରିବା ନେଇ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏବେ ବ୍ୟାନ ହେବା ପରେ ଟିକକର ବିକଳ୍ପ ଭାବେ ଚିଙ୍ଗାରୀକୁ ବିବେଚନା କରାଯାଉଛି । ଚିଙ୍ଗାରି । ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରିହେଉଥିବା ଏହି ଆପ୍ଲିକେସନ୍ ଏବେ ଭାରତୀୟଙ୍କ ପସନ୍ଦ ପାଲଟିଛି । ଆଉ ଡିଜିଟାଲ୍ ଏଂଟରଟେନମେଂଟ କ୍ଷେତ୍ରରେ ଏହି ଆପ୍ ଏବେ ଚହଳ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *