ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଗାଇଡଲାଇନ। ଭୁବନେଶ୍ୱରରେ ବସ୍ତି ଅଞ୍ଚଳର ରହୁଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ।

ବସ୍ତି ଅଞ୍ଚଳରେ ରହୁଥିବା ସବୁ ହସ୍ପିଟାଲ କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତ ହେବ। ଡାଟାବେସ୍ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତିରେ ରହୁଥିବା କର୍ମଚାରୀ ଏକାଧିକ୍ରମେ ୧୪ ଦିନ ଡ୍ୟୁଟି କରିବେ। ହସ୍ପିଟାଲ ପରିସରରେ ସଂପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ।

୧୪ ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଭ୍ କରାଯିବ। ୧ମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ୨ୟ ଦଫା କର୍ମଚାରୀଙ୍କୁ  ଡ୍ୟୁଟି ମିଳିବ। ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ ହସ୍ପିଟାଲ କର୍ତ୍ତୃପକ୍ଷ। ନୋଡାଲ ଅଧିକାରୀ କର୍ମଚାରୀଙ୍କ ତଥ୍ୟ ବିଏମସିକୁ ନିୟମିତ ପ୍ରଦାନ କରିବେ।

‘କରୋନା’ ମୁକାବିଲା ଲାଗି ଜୁଲାଇ ୧ ତାରିଖରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯିବ। ଭୁବନେଶ୍ୱରର ବିଭିନ୍ନ ବସ୍ତି ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ସର୍ଭେ ହେବ।

Leave a Reply

Your email address will not be published. Required fields are marked *