ଭୁବନେଶ୍ୱରସ୍ଥିତ ଶୁଭଦ୍ରା ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ୱରର କଳାରାହାଙ୍ଗରେ ଥିବା ଶୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଧା ଜିଲ୍ଲାପାଳ ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।

ଶୁଭଦ୍ରା ଆପାର୍ଟମେଣ୍ଟ ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ୮ ନମ୍ବର ଓ୍ୱାର୍ଡରେ ରହିଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ  । ତେବେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଶନିବାର ସନ୍ଧ୍ୟା ୭ଟାରୁ ୩୦ ତାରିଖ ସନ୍ଧ୍ୟା ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *