ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ବଡ ଝଟ୍‌କା,ଡୋନାଲ୍ଡ ଟ୍ରମ୍ପ୍‌ ସସ୍‌ପେଣ୍ଡ କଲେ H1-B ଭିସା

ଓ୍ବାଶିଂଟନ୍:-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H1-B ଭିସା ସସପେଣ୍ଡ ରଖିବାକୁ ଘୋଷଣା କରିଛନ୍ତି। ଏହା ଦ୍ବାରା ଭାରତ ସମେତ ବିଶ୍ବର ଆଇଟି ପ୍ରଫେସନାଲମାନଙ୍କୁ ଝଟକା ଲାଗିଛି । ଏହି ସସପେଣ୍ଡ ବର୍ଷ ଶେଷ ପର୍ଯ୍ୟନ୍ତ ବୈଧ ରହିବ । ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ କହିବା ଅନୁସାରେ, ଆମେରିକୀୟ ଶ୍ରମିକଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି ବର୍ତ୍ତମାନର ଅର୍ଥନୈତିକ ସଙ୍କଟ କାରଣରୁ ଚାକିରୀ ହରାଇଥିବା ଆମେରିକୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପର ଆବଶ୍ୟକତା ରହିଥିଲା । ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ଘୋଷଣା କରି ଟ୍ରମ୍ପ ବିଭିନ୍ନ ବ୍ୟବସାୟିକ ସଂଗଠନ, ଆଇନଜୀବୀ ତଥା ମାନବାଧିକାର ସଂସ୍ଥାର ଆଦେଶକୁ ବିରୋଧକୁ ଅଣଦେଖା କରିଛନ୍ତି।

ଏହି ସସପେଣ୍ଡ ଜୁନ୍ ୨୪ଠାରୁ ଲାଗୁ ହେବ । ଏହା ଦ୍ବାରା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏବେ ସେମାନଙ୍କୁ ଷ୍ଟାମ୍ପିଂ କରିବା ପୂର୍ବରୁ ଅତି କମ୍ ରେ ବର୍ଷର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏହା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ମଧ୍ୟ ପ୍ରଭାବିତ କରିବ ଯେଉଁମାନେ ସେମାନଙ୍କର H-1B ଭିସା ନବୀକରଣ କରିବାକୁ ଚାହୁଁଥିଲେ ।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ବାରା ସାରା ବିଶ୍ବରେ ଆମେରିକାରେ କାମ କରିବାକୁ ସ୍ବପ୍ନ ଦେଖୁଥିବା ୨.୪ ଲକ୍ଷ ଲୋକଙ୍କୁ ଝଟକା ଲାଗିପାରେ । ସୂଚନାଯୋଗ୍ୟ ଯେ, ଆମେରିକାରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ବିଦେଶୀ ଶ୍ରମିକମାନେ ଗ୍ରହଣ କରିଥିବା ଭିସାକୁ H-1B ଭିସା କୁହାଯାଏ । ଏହି ଭିସା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରଦାନ କରାଯାଇଛି ।

H-1B ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା । ଯୁକ୍ତରାଷ୍ଟ୍ରରେ କାର୍ଯ୍ୟରତ କମ୍ପାନୀଗୁଡିକୁ କୁଶଳୀ କର୍ମଚାରୀଙ୍କୁ ରଖିବା ପାଇଁ ଏହି ଭିସା ଦିଆଯାଏ ।

Leave a Reply

Your email address will not be published. Required fields are marked *