ଆଜି ଅହମ୍ମଦାବାଦରେ ବି ଗଡ଼ିବ ରଥ

ଅହମ୍ମଦାବାଦ:-ରଥ ଯାତ୍ରା ସଂପର୍କିତ ପୁନର୍ବିଚାର ପିଟିସନର ଶୁଣାଣି କରି ଏ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ପୁରୀ ନୁହଁ ଅହମ୍ମଦାବାଦରେ ବି ରଥ ଯାତ୍ରା ଅନୁଷ୍ଠିତ ହେବ । ପୁନର୍ବିଚାର ପିଟିସନର ଶୁଣାଣି କରି ଗୁଜରାଟ ହାଇକୋର୍ଟ ସୋମବାର ମଧ୍ୟରାତ୍ରୀରେ ଏ ନିଷ୍ପତ୍ତି ଶୁଣାଇଛନ୍ତି ।ପୂର୍ବ ରାୟରେ ହାଇକୋର୍ଟ ଚଳିତ ବର୍ଷ ରଥ ଯାତ୍ରା ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ନେଇ ପୁନର୍ବିଚାର ପିଟିସନ ଦାଖଲ ହୋଇଥିଲା । ସୋମବାର ମଧ୍ୟରାତ୍ରୀରେ ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଯାତ୍ରା ଅନୁଷ୍ଠିତ ହେବ ବୋଲି କୋର୍ଟ କହିଛନ୍ତି । ପୁରୀ ରଥ ଯାତ୍ରା ବନ୍ଦ ହେବା ପରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ନିରାଶାର ଛାଇ ଖେଳି ଯାଇଥିଲା । ତେଣୁ ଏହି ମାମଲାର ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଜରାଟ ହାଇକୋର୍ଟ ମଧ୍ୟ ନିଜ ନିଷ୍ପତ୍ତିର ପୁନର୍ବିଚାର କରି ରଥ ଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *