୩୦ରେ ବସିବ ବିଧାନସଭା ଅଧିବେଶନ: ମାତ୍ର ଗୋଟେ ଦିନ ଚାଲିବ ଗୃହ

ଭୁବନେଶ୍ବର;-ଦିନଟିଏ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ୩୦ ତାରିଖରେ ବିଧାନସଭା ବସି ବାକି ଥିବା ବିଭାଗର ବଜେଟ ଗିଲୋଟିନରେ ପାରିତ ହେବ । ଏହା ସହ ବ୍ୟୟମଞ୍ଜୁର ବିଲ  ପାରିତ ହେବ । ଅଧିବେଶ ବେଳେ ସାମାଜିକ ଦୂରତ୍ବକୁ  ଗୁରୁତ୍ବ  ଦିଆଯିବ । ଗୃହ ଚାଲିବା ପାଇଁ ଯେତିକି ବିଧାୟକ ଆବଶ୍ୟକ ସେତିକି ବିଧାୟକଙ୍କୁ ଭିତରକୁ ଛଡାଯିବ । ଏ ନେଇ ବିଧାନସଭାରେ ବସିଥବା ବୈଠକରେ ନିଷ୍ପତ୍ତି ହୋଇଛି ।

୩୦ରେ ବସିବ ବିଧାନସଭା ଅଧିବେଶନ । ଗୋଟିଏ ଦିନ ପାଇଁ ଗୃହ ଚାଲିବ । କେବଳ ବଜେଟ ପାରିତ କରାଯିବ । କରୋନ ପାଇଁ ୨୧ ଦିନ ଲକ୍‌ଡାଉଉନ୍‌ ହୋଇଛି ସାରା ଦେଶ। ବିଧାନସଭାରେ ବଜେଟ ପାରିତ ହେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ଦରମା ଦେବା ଠାରୁ କରୋନା ମୁକାବିଲା ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ରାଜ୍ୟ ସରକାର । ସେଥିପାଇଁ ଗୋଟିଏ ଦିନ ପାଇଁ ବିଧାନସଭା ବଜେଟ ଅଧିବେଶନ ବସି ବଜେଟ ପାରିତ ହେବ । ୩୧ ତାରିଖରେ ଆସିବାକୁ ଥିବା ବ୍ୟୟମଞ୍ଜୁରୀ ବିଲ ୩୦ ତାରିଖରେ ଅଣାଯିବ । ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନରେ ପାରିତ କରାଯିବ । ସାମାଜିକ ଦୂରତ୍ବକୁ ଆଖି ଆଗରେ ରଖି କେବଳ ୧୫ଜଣ ବିଧାୟକଙ୍କୁ ଗୃହ ଭିତରକୁ ଛଡାଯିବ । ଗୃହ ଭିତରେ ବିଧାୟକ ମାନେ ୩ମିଟର ଦୂରରେ ବସିବେ । ବାକି ବିଧାୟକମାନେ ଲବିରେ ବସିବେ । ପ୍ରର୍ଯ୍ୟୟ କ୍ରମେ ବିଧାୟକ ମାନଙ୍କୁ ଗୃହ ଭିତରକୁ ଛଡାଯିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ   ନିଷ୍ପତି ହୋଇଛି।

ଏଭଳି ନିଷ୍ପତ୍ତିରେ ବିରୋଧୀଦଳ ନେତା ବି ଏକମତ ହୋଇଛନ୍ତି । ସାମାଜିକ ଦୂରତ୍ବକୁ  ଗୁରୁତ୍ବ ଦିଆଯାଇଥିବାରୁ କିଭଳି କମ ବିଧାୟକ ଆସିବେ ଓ ବଜେଟ ପାରିତ ହେବ ସେ ନେଇ ଆଲୋଚନା ହୋଇଛି । ବିରୋଧୀ ଦଳର ୨୩ ଜଣ ବିଧାୟକ ଥିବାରୁ ୧୨ଜଣ ବିଧାୟକ ବିଧାନସଭା ବୈଠକରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *