ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି,ଏମତି ଦେଲା ପରାମର୍ଶ

ନୂଆଦିଲ୍ଲୀ,:-କରୋନା ଭାଇରସ ମୁକାବିଲା ପାଇଁ ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । କିନ୍ତୁ ସଂସ୍ଥା ପରାମର୍ଶ ମଧ୍ୟ ଦେଇଛି । ଅତିରିକ୍ତ ଆବଶ୍ୟକ ଉପାୟ ବିନା ଲକଡାଉନ ଶେଷ ହେବା ପରେ କରୋନା ଭାଇରସ ପୁଣି ଥରେ କାୟା ବିସ୍ତାର କରିପାରେ ।

ଜେନିଭାରେ ଜାତୀୟ ଗଣମାଧ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତରେ କରୋନା ନିଜର ପ୍ରାଥମିକ ଅବସ୍ଥାରେ ଅଛି । କିନ୍ତୁ ଏଠାରେ ଲକଡାଉନ କରିବାକୁ ବଡ଼ ନିଷ୍ପତ୍ତି ହୋଇଛି । ସେ କହିଛନ୍ତି, ଭାରତ ପାଖରେ କ୍ଷମତା ଅଛି । ଏହା ଦେଖିବାକୁ ଅଛି ଭାରତ କରୋନା ଭାଇରସକୁ କିଭଳି ନିଜ ନିୟନ୍ତ୍ରଣକୁ ଆଣୁଛି । ଏହା ଗୁରୁତର ରୂପ ନେବା ପୂର୍ବରୁ ନିୟନ୍ତ୍ରିତ ହେବା ଦିଗରେ କାମ କରିବ ବୋଲି ମୋର ମନେ ହେଉଛି ।

ପ୍ରାଥମିକ ଅବସ୍ଥାରେ ଭାରତରେ ଲକଡାଉନ କରାଯିବା ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ କହିଛନ୍ତି, ଆମେ ବାସ୍ତବରେ ଭାରତରେ ଏହି ସମୟରେ ଯେଉଁ ପଦକ୍ଷେପ ନିଆଯାଇଛି, ତାକୁ ପ୍ରଶଂସା କରୁଛୁ । ଏହା ଗୁରୁତ୍ୱପୂର୍ଣ୍ଣ ଯେ, ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣକୁ ଆସିବ । କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ୬୩୬ ଜଣ କରୋନା ରୋଗାରେ ସଂକ୍ରମିତ ଅଛନ୍ତି ।

Leave a Reply

Your email address will not be published. Required fields are marked *