ବଲିଉଡ ଅଭିନେତ୍ରୀ ନିମିଙ୍କର 88 ବର୍ଷ ବୟସରେ ପରଲୋକ

ମୁମ୍ୱାଇ:-ଖ୍ୟାତନାମା ବଲିଉଡ୍ ଅଭିନେତ୍ରୀ ନିମିଙ୍କର ପରଲୋକ । 88 ବର୍ଷ ବୟସରେ ମୁମ୍ୱାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ୬ଟା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ନିମି ।

ଅଭିନେତ୍ରୀ ନିମି ୧୬ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ୧୯୪୯ ମସିହାରୁ ୧୯୬୫ମସିହା ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଭିନୟ କରିଥିଲେ। ସେ ତାଙ୍କ ସମୟର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚିତ ହେଉଥିଲେ। ତାଙ୍କର ପ୍ରକୃତ ନାମ ଥିଲା ‘ନବାବ ବାନୋ’ ନିମି ଏସ୍ ଅଲ୍ଲୀ ରାଜାଙ୍କୁ ବିବାହ କରିଥିଲେ । ଏସ୍ ଅଲ୍ଲୀ ରାଜାଙ୍କର ୨୦୦୭ ମସିହାରେ ଦେହାନ୍ତ ହୋଇଥିଲା ।

ନିମିଙ୍କୁ ରାଜ କପୁରଙ୍କ ପ୍ରଥମ ଖୋଜ୍ ବୋଲି ମଧ୍ୟ କୁହାଯାଏ । ରିପୋର୍ଟ ଅନୁସାରେ ସେ ହିଁ ତାଙ୍କ ନାଁ ନବାବ ବାନୋରୁ ପରିବର୍ତ୍ତନ କରି ନିମି ରଖିଥିଲେ । ରାଜ କପୁର ନିମିଙ୍କୁ ତାଙ୍କ ଚଳଚ୍ଚିତ୍ର ‘ବରସାତ୍’ରେ ଏକ ବ୍ରେକ୍ ଦେଇଥିଲେ। ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ନିମି ଅନେକ ଫିଲ୍ମରେ କାମ କରିଥିଲେ ସେ ଆନ୍ଉଡନ ଖାଟୋଲାଭାଇ ଭାଇକୁନ୍ଦନମେରେ ମେହବୁବ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି |

Leave a Reply

Your email address will not be published. Required fields are marked *