ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି ।ଶ୍ରୀଜୀଉଙ୍କ ଅଖଣ୍ଡ ମେକାପ ସେବକ ଦାମୋଦର ମହାନ୍ତି ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ନିକଟରେ ଦୀପ ନୈବେଦ୍ୟ ଅର୍ପଣ କରିବା ପରେ ପୁରୀ ସହରର ଭକ୍ତ ଓ ସାଧାରଣ ଜନତାଙ୍କ ତରଫରୁ ମଧ୍ୟ ପତିତପାବନଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ପୂଜାପଣ୍ଡା ସାମନ୍ତ ଶ୍ରୀରାମନାରାୟଣ ପୂଜାପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଏଥିସହିତ ପୂଜ୍ୟ ଗୁରୁଜୀ, ଆଦ୍ୟ ସେବକ ଗଜପତି ମହାରାଜା, ରାଜ୍ୟ ସରକାର, କେନ୍ଦ୍ର ସରକାର, ତଥା ମହାନୁଭବଙ୍କ କଣ୍ଠରେ ମା ସରସ୍ୱତୀ ବିରାଜମାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା । ଏପରିକି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଶୁଣାଣି ସକାରାତ୍ମକ ହେଉ, କଟକଣାଯୁକ୍ତ ରଥଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡୁ ବୋଲି ବିନୀତ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *