ଭାଇରଲ ହେଉଛି ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ଏହି ବ୍ୟକ୍ତିଗତ ଫୋଟୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦିନଠାରୁ ବଲିଉଡରେ ହଲଚଲ ଦେଖାଦେଇଛି। ସବୁଆଡେ ଅଶାନ୍ତି ଦେଖାଦେଇଛି | ଇଣ୍ଡଷ୍ଟ୍ରିର ସବୁ କଳା କାର୍ନାମା ଗୋଟେ ଗୋଟେ ହେଇ ଖୋଲୁଛି | ଅନେକ ଭେଟେରାନ୍ ଅଭିନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ନିର୍ମାତା ପର୍ଯ୍ୟନ୍ତ ଅନେକ ରହସ୍ୟ ଉନ୍ମୁକ୍ତ କରୁଛନ୍ତି | ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ କେବଳ ତାଙ୍କ ପରିବାର ଦୁଃଖର ସମୁଦ୍ରରେ ବୁଡ଼ି ନାହାଁନ୍ତି, ତାଙ୍କ ପ୍ରଶଂସକମାନେ ମଧ୍ୟ ନିରାଶ ହୋଇଛନ୍ତି।

ସମସ୍ତେ ଜାଣିବାକୁ ଚାହାଁନ୍ତି କି ଏମିତି କ’ଣ ହେଇଗଲା ଯେ ସବୁବେଳେ ହସୁଥିବା, ହସାଉଥିବା, ସବୁବେଳେ ନିଜ ଚଳଚ୍ଚିତ୍ରରେ ଜୀବନ ବଞ୍ଚିବାର ବାର୍ତ୍ତା ଦେଉଥିବା ଅଭିନେତା ଏମିତି ଏତେ କମ ବୟସରେ ମୁଁହ ମୋଦି ଦୁନିଆ ଛାଡି ଚାଲିଗଲେ | ସୁଶାନ୍ତ ସିଂ ରାଜପୁତ ନିଜେ କାହିଁକି ଏତେ ବଡ ପଦକ୍ଷେପ ନେଲେ ?

ସେହି କ୍ରମରେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗୁରୁବାର ଦିନ ତୀବ୍ର ପ୍ରଶ୍ନ କରିଛି, ଯାହା ଦ୍ୱାରା କିଛି ସୁରାଗ ବାହାରିବାର ଆଶା କରାଯାଉଛି । ଏହି ସମୟରେ ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି |

ଦୁଇ ବର୍ଷ ପୁରୁଣା ଫୋଟୋ

ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଏହି ଚିତ୍ରଗୁଡ଼ିକ ଆଜିକାର ନୁହେଁ,ଏଗୁଡିକ ଦୁଇ ବର୍ଷ ପୁରୁଣା ଫୋଟୋ| ଏହି ଚିତ୍ରଗୁଡ଼ିକ ସାମ୍ନାକୁ ଆସିବା ପରେ ମହେଶ ଭଟ୍ଟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏଥିସହ ମହେଶ ଭଟ ବର୍ତ୍ତମାନ ଟ୍ୱିଟରରେ ତୀବ୍ର ଟ୍ରେଣ୍ଡ କରୁଛନ୍ତି। ରିୟା ଚକ୍ରବର୍ତ୍ତୀଙ୍କ ସହ ମହେଶ ଭଟ୍ଟଙ୍କ ଏହି ଚିତ୍ର ଦୁଇ ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିତ୍ରଗୁଡ଼ିକରେ ମହେଶ ଭଟ୍ଟ ରିୟାଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି।

ରିୟା କରିଥିଲେ ସେୟାର

ଏହି ଚିତ୍ରଗୁଡିକ ରିୟା ଚକ୍ରବର୍ତ୍ତୀ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 2018 ରେ ସେୟାର କରିଥିଲେ | ଏସବୁ ସେୟାର କରି ମହେଶ ଭଟ୍ଟଙ୍କୁ ରିୟା ଚକ୍ରବର୍ତ୍ତୀ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ । ସେ ଲେଖିଛନ୍ତି ଯେ ମୋର ବୁଦ୍ଧ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା | ମୋତେ ବହୁତ ଭଲପାଇବା ସହିତ ସମ୍ଭଳିକି, ଆପଣ ମତେ ପ୍ରେମ ବି ଦେଲ ଓ ମୋତେ ଉଡ଼ିବାକୁ ଶିଖାଇଲ | ତୁମେ ସେହି ବ୍ୟକ୍ତି ଯିଏ ଅନ୍ୟମାନଙ୍କୁ ଆଲୋକିତ କରେ |

ଟ୍ରଲ ହେଲେ ମହେଶ ଭଟ

ଏହି ଚିତ୍ରଗୁଡ଼ିକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାର କାରୀମାନେ ମହେଶ ଭଟ୍ଟଙ୍କୁ ବହୁତ କିଛି କମେନ୍ଟ କରିବା ଆରମ୍ଭ କରିଥିଲେ | ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ ବୋଲି କହୁଛନ୍ତି ।

14 ଜୁନ କୁ କରିଥିଲେ ସୁସାଇଟ
ସୁଶାନ୍ତ ସିଂ ରାଜପୁତ ଜୁନ 14 ରେ 34 ବର୍ଷ ବୟସରେ ମୁମ୍ବାଇର ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ, ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୁଶାନ୍ତ ସିଂ ରାଜପୁତଙ୍କର ଏପରି ପଦକ୍ଷେପ ପଛରେ କିଛି ଲୋକଙ୍କ ହାତ ଅଛି ବୋଲି କୁହାଯାଉଛି , ଯାହାଙ୍କ ପାଇଁ ସେ ଡିପ୍ରେସନ ଚାପରେ ଆସିଥିଲେ। କୁହାଯାଉଛି ଯେ ସୁଶାନ୍ତ ଗତ 6 ମାସ ଧରି ମୁମ୍ବାଇର ଜଣେ ଡାକ୍ତରଙ୍କଠାରୁ ଡିପ୍ରେସନର ଚିକିତ୍ସା ମଧ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *