ପତ୍ନୀ ତଣ୍ଟି କାଟି ନିଜ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା କଲେ ସ୍ୱାମୀ

ପୁରୀ:-ଯୌନକ୍ରିୟା କରିବାକୁ ଡାକି ପତ୍ନୀର ତଣ୍ଟି କାଟିଦେବା ପରେ ନିଜ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ଶେଷରେ ପ୍ରାଣ ହରାଇଛି । ମୃତ ବ୍ୟକ୍ତି ହେଲେ ବୁଲୁ ବେହେରା (୩୨) । ବଳିଆପଣ୍ଡା ଥାନା ପୁଲିସ ଶବ ଜବତ କରିଛି । ଏନେଇ ପତ୍ନୀ ଚନ୍ଦ୍ରମା ବେହେରା (୨୯)ଙ୍କ ରିପୋର୍ଟ ଉପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ବୁଲୁର ଘର । ୨୦୦୪ ମସିହାରେ ତାର ବିବାହ ହୋଇଥିଲା । ତାର ଔରସରୁ ୨ଟି ସନ୍ତାନ ଜନ୍ମ ନେଇ ପ୍ରାଣ ହରାଇଥିଲେ । ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ଶିଶୁଟି ତା’ ମାମୁଁ ଘରେ ରହିଥିଲା। ଦମ୍ପତି ପୁରୀ ଚାଲି ଆସି ଭଡ଼ା ଘର କରି ରହିଥିଲେ । ଚନ୍ଦ୍ରମା ଏକ ହୋଟେଲରେ କାମ କରି ୬ ହଜାର ୩ ଶହ ଟଙ୍କା ଦରମା ପାଉଥିଲେ । ବୁଲୁ ରିକ୍ସା ଚଳାଉଥିଲେ । କିନ୍ତୁ ନିୟମିତ ଭାବେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତ ଫେବ୍ରୁଆରୀ ମାସ ୭ ତାରିଖ ରାତିରେ ଉଭୟ ଖାଇ ପିଇ ଶୋଇବାକୁ ଯାଇଥିଲେ । କିଛି ଦିନ ଧରି ଶୋଇବା ସମୟରେ ଉଭୟଙ୍କ ଝଗଡ଼ା ଲାଗୁଥିଲା ।

ଚନ୍ଦ୍ରମାଙ୍କ ଅଭିଯୋଗ କ୍ରମେ ବୁଲୁ ଘଟଣା ଦିନ ଶଯ୍ୟା ତଳେ ଏକ ଛୁରୀ ଲୁଚାଇ ରଖିଥିଲା । ଠିକ୍‌ ଶୋଇବାବେଳେ ଉଭୟଙ୍କ ଝଗଡ଼ା ଲାଗିଥିଲା । ପୁଲିସ କହିଥିଲା ଯେ, ଯୌନକ୍ରିୟା କରିବାକୁ ଡାକି ହଠାତ୍‌ ଚନ୍ଦ୍ରମାଙ୍କ ଗଳା କାଟି ଦେଇଥିଲା ବୁଲୁ । ପରେ ଚିତ୍କାର କରିଥିଲେ ଚନ୍ଦ୍ରମା । ପଡ଼ୋଶୀ କବାଟ ଖୋଲି ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ତାଙ୍କୁ ଡାକ୍ତରଖାନା ନେବା ପରେ ବୁଲୁ ନିଜ ଗୁପ୍ତାଙ୍ଗ କାଟି ଶରୀରରୁ ଅଲଗା କରିଦେଇଥିଲେ । ପୁଲିସ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

ଖବର ପାଇ ଚନ୍ଦ୍ରମାଙ୍କ ମା’ ଗଞ୍ଜାମ ବୁଗୁଡା ଅଞ୍ଚଳର କନକ ବେହେରା ଡାକ୍ତରଖାନାରେ ପହଞ୍ଚିଥିଲେ । ଏନେଇ ଚନ୍ଦ୍ରମାଙ୍କ ଭଉଣୀ ସୁଜାତା ବେହେରା ଥାନାରେ ଏତଲା ଦେବା ପରେ ପୁଲିସ ବୁଲୁଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରଥିଲା । ମାମଲାର ତଦନ୍ତ ଚାଲିଥିବାବେଳେ ବୁଲୁ ଚିକିତ୍ସାଧୀନ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ବୁଲୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ନେଇ ଘରେ ରହି ଚିକିତ୍ସା ହେଉଥିଲେ । କିନ୍ତୁ ଦମ୍ପତି ଅଲଗା ହୋଇ ରହୁଥିଲେ । କଷ୍ଟରେ ଦିନ କାଟୁଥିବା ବୁଲୁ ସୋମବାର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ଔଷଧ ନେଇ ଫେରିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ସର୍ଜରୀ ୱାର୍ଡ ନିକଟ ଏମ୍‌ସିଏଚ୍‌ ବିଲ୍ଡିଂ ତଳେ ଅଚେତ ହୋଇ ପଡିଥିଲେ । ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

Leave a Reply

Your email address will not be published. Required fields are marked *