କାହିଁକି ପ୍ରଥମେ ବୃଦ୍ଧ-ବୃଦ୍ଧା କରୋନାରେ ପ୍ରାଣ ହରାଉଛନ୍ତି

ନୁଆଦିଲ୍ଲୀ:-ଗତ ୩ ମାସରେ କରୋନା ଭାଇରସ ସାରା ଦୁନିଆରେ ନିଜ ପାଦୁର୍ଭାବ ବିସ୍ତାରେ କରିଛି ଏବଂ ଧିରେ ଧିରେ ଭୟଙ୍କର ରୂପ ନେବାରେ ଲାଗିଛି । କିନ୍ତୁ ଏହା ମଧ୍ୟରେ ଏପର୍ଯ୍ଯନ୍ତ ସବୁଠାରୁ ଅଧିକ ଚିନ୍ତାର ବିଷୟ ସାଜିଥିବା ପ୍ରଶ୍ନର ଜବାବ ମିଳିପାରିଛି । ଏବଂ ଏହା ହେଲା ଯେ କାହିଁକି କରୋନାରେ ଅଧିୟ ବୟସ୍କଙ୍କ  ଜୀବନ ଯାଉଛି । ଏବେ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ ପରେ ଏହାର ଜବାବ ଖୋଜି ପାଇଛନ୍ତି ।

ଆମେରିକୀୟ ବୈଜ୍ଞାନିକ ଚୀନ ଓ ଅନ୍ୟ ଦେଶରେ କରୋନା ଭାଇରସରେ ମରୁଥିବା ବୟସ୍କଙ୍କ ମାମଲାକୁ ନେଇ ଯାଞ୍ଚ କରିଥିଲେ । ଜଣା ପଡିଲା ଯେ କରୋନା ଭାଇରସ ସେହି ବୟସ୍କ ଲୋକଙ୍କ ପାଇଁ ଅଧିକ ବିପଜ୍ଜନକ କାରଣ ଏମାନେ ପୂର୍ବରୁ ହୃଦୟ, କିଡନୀ, ଯକୃତ ଆଦି ପୂର୍ବରୁ ସାମାନ୍ୟ ଦୁର୍ବଳ ହୋଇପଡିଥାଏ । ଏହି ଭାଇରସ ସେହି ଲୋକଙ୍କୁ ଅଧିକ ଟାର୍ଗେଟ୍ କରିଥାଏ ଯେଉଁମାନେ ପୂର୍ବରୁ ଡାଇବେଟିସ୍ କିମ୍ବା ହାଇ ବ୍ଲଡ ପ୍ରେସର ରୋଗୀ । ବୈଜ୍ଞାନିକଙ୍କ କହିବାନୁସାରେ ୬୦ ବର୍ଷରୁ କମ୍ ବୟସର ଲୋକମାନେ ପୂର୍ବରୁ କିଛି ନା କିଛି ରୋଗରେ ଆକ୍ରାନ୍ତ ଥାନ୍ତି । ଏହା ସହିତ ସେମାନଙ୍କ ଇମ୍ୟୁନିଟି ମଧ୍ୟ କମ୍ ହୋଇଯାଏ । ଏହି କାରଣରୁ କରୋନା ସେମାନଙ୍କୁ ସହଜରେ କବଳିତ କରିଥାଏ ।

ବୈଜ୍ଞାନିକଙ୍କ ଏକ ଟିମ୍ କରୋନା ଭାଇରସ ଆକ୍ରମଣ ନେଇ ମଧ୍ୟ ଯାଞ୍ଚ କରିଛି । ନିଜ  ଗବେଷଣାରେ ସେମାନେ ଜାଣିବାକୁ ପାଇଲେ ଯେ କରୋନା ଭାଇରସ ସାର୍ସ ଓ ମର୍ସ ଭଳି ଫ୍ଲୁ ଭାଇରସଠୁ ସମ୍ପୂର୍ଣ୍ଣ ଅଲଗା । ସାର୍ସ ଓ ମର୍ସ କୌଣସି ବ୍ୟକ୍ତିକୁ ସିଧା ଆଟାକ୍ କରିଥାଏ ଏବଂ ଏହାର ପ୍ରଭାବ ଆରମ୍ଭରେ ଦେଖିବାକୁ ମିଳିଥାଏ । କିନ୍ତୁ କରୋନା ଏହାଠୁ ଭିନ୍ନ । ଏହା ରୋଗୀଙ୍କଠାରେ ଧିରେ ଧିରେ ପ୍ରଭାବ ଦେଖିବାକୁ ମିଳିଥାଏ । ଏହି କାରଣରୁ ଯେତେବେଳେ ରୋଗୀ ହସ୍ପିଟାଲ ଯାଇଥାଏ ସେତେବେଳକୁ ବହୁତ ବିଳମ୍ବ ହୋଇଯାଏ । ବୈଜ୍ଞାନିକଙ୍କ କହିବାନୁସାରେ ଯଦି ସାମାନ୍ୟ ଶ୍ୱାସ ସମସ୍ୟା କିମ୍ବା ଜର ଲାଗୁଛି ତେବେ ବୟସ୍କମାନେ ତୁରନ୍ତ ହସ୍ପିଟାଲ ଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *